ଦେଶ ବିଦେଶସ୍ୱାସ୍ଥ୍ୟ

ନୁଡୁଲ୍ସ ଖାଇ ଶୋଇଥିଲେ; ମିଳିଲା ବାପା ମା’ ଓ ୩ ପିଲାଙ୍କ ମୃତଦେହ

ରାତିରେ ନୁଡୁଲ୍ସ ଖାଇ ଶୋଇଥିଲେ ।ସକାଳୁ ମିଳିଲା ବାପା ମା’ ଓ ୩ ପିଲାଙ୍କ ମୃତଦେହ । ଗ୍ରେଟର ନୋଏଡାର ନାଗଲା ଶ୍ରୀ ପଦ୍ମ ଗାଁରେ ହଠାତ ଗୋଟିଏ ପରିବାରର ୫ ଜଣଙ୍କ ରହସ୍ୟଜନକ ମୃତ୍ୟୁ ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ୍‌ ମୃତ୍ୟୁର କାରଣ ଫୁଡ ପଏଜନିଂ ବୋଲି ଆଶଙ୍କା କରୁଛି। ତଥାପି ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ ବୋଲି କହିଛି। ମୃତକମାନେ ହେଲେ ୩୭ ବର୍ଷୀୟ ମହେଶ, ତାଙ୍କ ପତ୍ନୀ ୩୫ ବର୍ଷୀୟ ଲଳିତା ଓ ସେମାନଙ୍କ ୩ ପିଲା- ୧୧ ବର୍ଷୀୟ ଲାଡୁ, ୭ ବର୍ଷୀୟ ମିଷ୍ଟୀ ଓ ୩ ବର୍ଷୀୟ ସକ୍ଷକ୍ତ।

ଶନିବାର ସକାଳେ ରବୁପୁରା ପୁଲିସ ପ୍ରଥମେ ଏହି ଚାଞ୍ଚଲ୍ୟକର ଖବର ପାଇଥିଲା। ଖବର ମିଳିବା ମାତ୍ରେ ସ୍ଥାନୀୟ ପୁଲିସ, ବରିଷ୍ଠ ଅଧିକାରୀ, ଆମ୍ବୁଲାନ୍ସ, ଫରେନ୍ସିକ ଟିମ ଓ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ପହଞ୍ଚିଥିଲେ। ଫରେନ୍ସିକ ଟିମ, ଖାଦ୍ୟ ସୁରକ୍ଷା ଅଧିକାରୀ ଓ ପୁଲିସ ଟିମ ଘଟଣା ସ୍ଥଳରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି। କେଉଁ ପରିସ୍ଥିତିରେ ସେମାନଙ୍କ ମୃତ୍ୟୁ ହେଲା, ସେକଥା ଜାଣିବା ପାଇଁ ସୁରକ୍ଷା ଅଧିକାରୀମାନେ ଲାଗି ପଡ଼ିଛନ୍ତି।

Related posts

ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ

mahabharatanews

ଆଇପିଏଲ୍‌ ଆରମ୍ଭରୁ ଦଳରୁ ବାଦ ପଡିଲେ ମହେନ୍ଦ୍ର ସିଂ ଧୋନି !

mahabharatanews

୨୪ ଘଣ୍ଟାରେ ୫,୪୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews