ଚଳିତ ବର୍ଷ ବେଶ୍ ଆଡ଼ମ୍ବର ଏବଂ ଉତ୍ସାହର ସହ ସରିଛି ଓଡ଼ିଶାର ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା। ପୂଜା କମିଟିଗୁଡ଼ିକର ନିରନ୍ତର ପ୍ରଚେଷ୍ଟା ଏବଂ ନିଆରା ଭଷାଣି ଉତ୍ସବ ଏଥର ସହରବାସୀଙ୍କୁ ବାନ୍ଧି ରଖିଥିଲା।”ଜଟଣୀ ପ୍ରସିଦ୍ଧ ଗଣେଶ ପୂଜାକୁ ଆଗାମି ଦିନରେ ଆହୁରି ଆକର୍ଷିତ କରିବାକୁ ଜଟଣୀର ସର୍ବ ପୁରାତନ ୧୮ଟି ପୂଜା କମିଟିକୁ ସମ୍ମାନିତ କରିଛି ଜଟଣୀ ବିକାଶ ପରିଷଦ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ସମସ୍ତ ପୂଜା ମଣ୍ଡପକୁ ଆଲୋକ ସଜ୍ଜା, ତୋରଣ, ପାରମ୍ପରିକ ପୂଜା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଓ ଆକର୍ଷଣ ଭଷାଣି କରିଥିବା ପୂଜା ମଣ୍ଡପକୁ ସମ୍ମାନିତ କରାଯାଇଛି। ପୂଜା ମଣ୍ଡପକୁ ଉତ୍ସାହିତ କରିବା ସହିତ ଆଗାମି ଦିନରେ ଜଟଣୀ ଗଣେଶ ପୂଜା ଆହୁରି ଜାକଜମକରେ ପାଳନ କରିବାକୁ ସେମାନଙ୍କୁ ପ୍ରେରଣା ଯୋଗାଇବ। ଏହି ଅବସରରେ ଜଟଣୀ ବିକାଶ ପରିଷଦ ସମ୍ପାଦକ ତ୍ରିଲୋଚନ ପ୍ରଧାନ, ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିକାଶ ପରିଷଦ ଦ୍ଵାରା ଆୟୋଜିତ କଲିକତାର ମେଲୋଡି କାର୍ଯ୍ୟକ୍ରମ କୁ ବେଶ୍ ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକ।
previous post
