ଦେଶ ବିଦେଶ

ରାହୁଲ ଗାନ୍ଧିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି; ସିବିଆଇ ଓ ଇଡି ତଦନ୍ତ ନିର୍ଦ୍ଦେଶ ରଦ୍ଦ

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ନେଇ ଆସିଛି ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗର ଯାଞ୍ଚ ପାଇଁ ସିବିଆଇ ଓ ଇଡିକୁ ନିର୍ଦ୍ଦେଶ ଦେଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ପୂର୍ବ ଆଦେଶକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ଅଦାଲତ। ବୁଧବାର ଏହି ରାୟ ଦେବା ସହ ମାମଲାର ପୁନର୍ବିଚାର ପାଇଁ ଏହାକୁ ପୁଣି ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ପଠାଇଛନ୍ତି।

Shri Rahul Gandhi raises the concerns of students in LS, says our  examination system is up for sale

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ୟ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ହାଇକୋର୍ଟଙ୍କ ତଦନ୍ତ ସମ୍ପର୍କିତ ନିର୍ଦ୍ଦେଶକୁ ଖାରଜ କରିଛନ୍ତି। ତେବେ ମାମଲାର ଶୁଣାଣି ପାଇଁ ଏହାକୁ ପୁନର୍ବାର ହାଇକୋର୍ଟକୁ ଫେରାଇ ଦିଆଯାଇଛି। କର୍ଣ୍ଣାଟକର ବିଜେପି କର୍ମୀ ଏସ୍. ବିଗ୍ନେଶ ଶିଶିର ଏହି ମାମଲା ଦାୟର କରିଥିଲେ। ରାହୁଲ ଗାନ୍ଧିଙ୍କ ପାଖରେ ତାଙ୍କ ଜଣାଶୁଣା ଆୟ ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ସେ ଅଭିଯୋଗ କରିଥିଲେ। ଏଥିସହ ରାହୁଲ ଗାନ୍ଧି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ମଧ୍ୟ ତଦନ୍ତ ଦାବି କରିଥିଲେ।

Related posts

ଉଡ଼ାଣର କିଛି ସମୟ ପରେ ବିମାନରେ ଦେଖାଗଲା ଲ୍ୟାଣ୍ଡିଂ ଗିୟରରେ ତ୍ରୁଟି, ତା’ ପରେ..

mahabharatanews

ଏବେଠାରୁ ହାତ ପାହାନ୍ତାରେ ମିଳବ ଗ୍ୟାସ ସିଲିଣ୍ଡର ।

mahabharatanews

ରୁଷରେ ବଡ଼ ବିମାନ ଦୁର୍ଘଟଣା, 29 ଜଣଙ୍କର ମୃତ୍ୟୁ…

mahabharatanews