ରାଜନୀତି

ଟିଭିକେ ଦଳର ବିଧାୟକ ଅରୁଲ ବିଗ୍ନେଶ ଗିରଫ

ମହିଳା ଜିଲ୍ଲାପାଳଙ୍କୁ ଯୌନ ଉତ୍ପୀଡ଼ନମାମଲାରେ  ବନ୍ଧା ହେଲେ ବିଜୟଙ୍କ ଦଳର ବିଧାୟକ ।ରାଜ୍ୟର କ୍ଷମତାସୀନ ଯୋଶେଫ ବିଜୟଙ୍କ ଟିଭିକେ ଦଳର ବିଧାୟକ ଅରୁଲ ବିଗ୍ନେଶଙ୍କୁ ପୁଲିସ୍‌ ଶେଷରେ ଗିରଫ କରିଛି। ଜଣେ ମହିଳା ଜିଲ୍ଲାପାଳ ଟିଭିକେ ବିଧାୟକ ବିଗ୍ନେଶଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ଜୁଲାଇ ୩୧ରୁ ଏହି ଅଭିଯୋଗ ଆସିଥିଲେ ହେଁ ବିଜୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନ ନେବା ଘଟଣାକୁ ତୀବ୍ର ବିରୋଧ କରିଥିଲେ ମାଡ୍ରାସ ହାଇକୋର୍ଟ। ୩ ଦିନ ତଳେ ସରକାରଙ୍କୁ ପ୍ରଶ୍ନ ବାଣରେ ହାଇକୋର୍ଟ ଘାଇଲା କରିବା ପରେ ଆଜି କାଲ୍ଲାକୁରିଚିର ଟିଭିକେ ବିଧାୟକ ବିଗ୍ନେଶଙ୍କୁ ଗିରଫ କରାଯାଇଛି।

ବିଧାୟକ ବିଗ୍ନେଶ ମହିଳା ଜିଲ୍ଲାପାଳଙ୍କୁ ଆପତ୍ତିଜନକ ମେସେଜ ପଠାଇଥିବା ଓ ଅଭଦ୍ର ପ୍ରସ୍ତାବ ଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ତିନି ମାସ ପୂର୍ବରୁ ଏହି ଘଟଣା ଘଟିଥିଲା। ବିଧାୟକ ବିଗ୍ନେଶ ଏକଦା ମଦ ପିଇ ଜିଲ୍ଲାପାଳଙ୍କ ସରକାରୀ ବାସଭବନକୁ ଯାଇ ତାଙ୍କ ପ୍ରତି ଖରପା ବ୍ୟବହାର କରିଥିବା ମଧ୍ୟ କୁହାଯାଉଛି।ତେବେ ଅରୁଲ ବିଗ୍ନେଶ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ଅଭିଯୋଗ କରିଥିବା ଆଇଏଏସ୍‌ ଅଫିସରଙ୍କ ଘରେ ଉପସ୍ଥିତ ସୁରକ୍ଷାକର୍ମୀ ଓ ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି।

Related posts

ବହୁ ବାଦ ବିବାଦ ଓ ଆଲୋଚନା ପରେ ନବୀନ ନେଲେ ବଡ ନିଷ୍ପତ୍ତି ।

mahabharatanews

୨୪ ଘଣ୍ଟାରେ ନିଷ୍ପତ୍ତି ବଦଳାଇଲେ ଅଖିଳେଶ ଯାଦବ

mahabharatanews

ଇଥାନଲ ସମର୍ଥନରେ ବିଜେପି ସାଂସଦଙ୍କ ବିବାଦୀୟ ବୟାନ…

mahabharatanews