ବିଷମ କଟକ / ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ୧୨ ଘଣ୍ଟା ବନ୍ଦ ପାଳନ । ସମ୍ବଲପୁର ଠାରେ ଗତ ୧୨ ତାରିଖରେ ହନୁମାନ ଜୟନ୍ତି ଶୋଭାଯାତ୍ରା ସମୟରେ ହେଇଥିବା ପଥର ମାଡ଼ରେ ମୃତୁବରଣ ଘଟଣାକୁ ତୀବ୍ର ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୪ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ରାୟଗଡ଼ ଜିଲ୍ଲାର ରାୟଗଡ଼ା ସହ ବିଷମ କଟକ, ମୁନିଗୁଡ଼ା, ଗୁଣପୁର, ଗୁଡ଼।ରି, ର।ମନ।ଗୁଡ଼ା, କଲ୍ୟାସିଂଙ୍ଗପୁର, ଅମ୍ବ।ଦଳ ସମେତ ଜିଲ୍ଲାର ସମସ୍ତ ସହରରେ ବନ୍ଦ ପାଳନ ସଫଳ ହେଇଥିବା ଦେଖିବ।କୁ ମିଳିଛି। ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ କର୍ମୀମାନେ ଶାନ୍ତି ସୃଙ୍ଖଳା । ରେ ବନ୍ଦ ପାଳନ କରା ଯାଇଥିବା ବେଳେ ସମସ୍ତ ଦୋକନ ବଜାର, ଶିକ୍ଷା ଅନୁଷ୍ଠାନ,ବ୍ୟାଙ୍କ, ବସ ୧୨ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।
previous post
