ଓଡିଶା

ପାଣି ଆଣିବାକୁ ଯାଇ କାଉଡିଆ ନିଖୋଜ  

(ଜଗତସିଂହପୁର) : ଲଗାତାର ଭାବେ କେଉଁଠି କଉଡ଼ିଆଙ୍କୁ ବିଦ୍ୟୁତ ତାରରେ ତ କେଉଁଠି ବଜ୍ରପାତରେ ମୃତ୍ୟୁ ଘଟୁଥିବା ଘଟଣା ଦେଖିବାକୁ ମିଳିଛି  । ତେବେ ଏହି କ୍ରମରେ ଦେବୀ ନଦୀରେ ବୁଡ଼ିଯାଇ ଜଣେ କାଉଡ଼ିଆ ନିଖୋଜ। ଜଗତସିଂହପୁର ଜିଲ୍ଲା ଆଳି ପିଙ୍ଗଳ ନିକଟ କେତକେଶ୍ୱର ଘାଟରେ ବଡ଼ ଧରଣ ଅଘଟଣ ଘଟିଛି ।

ସୂଚନାନୁଯାୟୀ , ଶୈବପୀଠ ଲାଗି ପାଣି ଆଣିବାକୁ ବୁଡ଼ମାରିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ନିଖୋଜ କାଉଡ଼ିଆ ହେଲେ ଅଷ୍ଟମ ଶ୍ରେଣୀର ଭୋଳା ପ୍ରଧାନ । ତାଙ୍କ ଘର ଛପଡା ଗୋରେଖନାଥ ଅଞ୍ଚଳରେ ବୋଲି ସୂଚନା ମିଳିଛି । ସମ୍ପର୍କୀୟଙ୍କ ସହିତ ପାଣି ଉଠାଇବା ପାଇଁ ଦେବୀ ନଦୀକୁ ପଶିଥିଲେ ଭୋଳା । ନଦୀରେ ପଶି ପାଣିଭାର ଉଠାଉ ଥିବା ବେଳେ ୨ଜଣ କାଉଡିଆ ନଦୀପାଣିରେ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ଭୋଳାଙ୍କର ଚିତ୍କାର ଶୁଣି ଅନ୍ଧାରରେ ତାଙ୍କୁ ଖୋଜାଖୋଜି କରିଥିଲେ ସମ୍ପର୍କୀୟ । ହେଲେ ଭୋଳାଙ୍କୁ ଆଉ ପାଇନଥିଲେ ।

Related posts

ରୋଗୀ ଆଣିବାକୁ ଯିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

mahabharatanews

ପରୀ ହତ୍ୟାର ତଦନ୍ତ ପାଇଁ ଆଇପିଏସ ଅରୁଣଙ୍କ ନେତୃତ୍ୱରେ ଏସଆଇଟି ଟିମ ଗଠିତ

mahabharatanews

ଦୁଇ କାର ଧକ୍କାରେ ଚାଲିଗଲା ମା’ ଝିଅର ଜୀବନ

mahabharatanews