bharat

ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ୍ସପ୍ରେସ ଟ୍ରେନ୍‌ରେ ଲାଗିଲା ନିଆଁ

ଛତିଶଗଡର କୋରବା ଠାରୁ ବିଶାଖାପାଟଣାରେ ପହଞ୍ଚିଥିବା ଟ୍ରେନ୍ କୋଚରେ କୋରବା ଏକ୍ସପ୍ରେସ (୧୮୫୧୭)ରେ ଆଜି ହଠାତ୍ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଟ୍ରେନ୍ କୋରବା ଠାରୁ ତିରୁମାଲା ଅଭିମୁଖେ ବାହାରିଥିଲା । ଷ୍ଟେସନରେ ଟ୍ରେନ୍ ଅଟକି ଥିବା ବେଳେ ହଠାତ୍ ନିଆଁ ଲାଗିଗଲା । ବିଶାଖାପାଟଣା ଷ୍ଟେସନର ୪ନଂ ପ୍ଲାଟଫର୍ମରେ ଅଘଟଣ ଘଟିିଛି । ତେବେେ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ଏହି ଦୁର୍ଘଟଣାରେ B7  ବଗିର ଶୌଚାଳୟରେ ସର୍ଟସର୍କିଟ ଯୋଗୁଁ ଏହି ଘଟଣା ଘଟିଥିବା ଜଣେ ରେଳବାଇ ଅଧିକାରୀ ସୂଚନା ଦେଇଛନ୍ତି । ଫଳସ୍ୱରୂପ B7 ବଗି ସଂପୂର୍ଣ୍ଣ ଜଳି ଯାଇଥିବାବେଳେ B6 ଏବଂ M1 ବଗିଗୁଡିକ ଆଂଶିକ ପୋଡି ଯାଇଛି । ସୌଭାଗ୍ୟବଶତଃ ଘଟଣା ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ, ଯେଉଁଥିପାଇଁ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇ ପାରିବି । ରେଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।

Related posts

ଅପରେସନ ସିନ୍ଦୂର ପରେ ଅପରେସନ ସିନ୍ଦୂର ୨.୦

mahabharatanews

ସବୁଠାରୁ ଲୋକପ୍ରିୟ ବିଶ୍ୱସ୍ତରୀୟ ନେତାଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଶୀର୍ଷରେ

mahabharatanews

ନଦୀ ପାରି ହେଲାବେଳେ ଓଲଟିଲା ଟ୍ରାକ୍ଟର : ପ୍ରଖର ସ୍ରୋତରେ ଭାସିଗଲେ ୮, ୩ ଜଣଙ୍କ ମୃତଦେହ ଉଦ୍ଧାର

mahabharatanews