ଓଡିଶା

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ହୋଇପାରେ ଏକ ସାମୁଦ୍ରିକ ବାତ୍ୟା

ବ୍ୟୁରୋ:ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ ଦକ୍ଷିଣ-ପୂର୍ବ ପାଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିବ । ଏ ନେଇ ଆଜି ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୃର୍ଣ୍ଣିବଳୟ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଥିବା ବେଳେ ବାୟୁମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଛି । ଏହି ଲଘୁଚାପ ୨୨ ତାରିଖ ବେଳକୁ ଗଭୀର ଅବରପାତରେ ପରିଣତ ହୋଇ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗରେ କୈାଣସି ପରିବର୍ତ୍ତନ ହେବ ନାହିଁ କି ଏତେ ବଡ ଧରଣର ବର୍ଷା ହେବାର ସମ୍ଭାବନା ବି ନାହିଁ । କିନ୍ତୁ ୨୨ ଅକ୍ଟୋବରରୁ ଉତ୍ତର ବଙ୍ଗୋପ ସାଗର ଓ ଓଡିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ପର୍ଯ୍ୟନ୍ତ ପବନ ବୋହିପାରେ । ଏ ନେଇ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି ।

Related posts

ଉଦଳା ୟୁନିକ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ

mahabharatanews

ରାଜ୍ୟର ୨୬ଟି ସହରରେ ତାପମାତ୍ରା ୪୦ଡ଼ିଗ୍ରି ପାର 

mahabharatanews

୨୮ ତାରିଖ ପର୍ଯ୍ୟନ୍ତ ନିର୍ଧୁମ୍ ଛେଚିବ, ୩ ଜିଲ୍ଲାରେ ପ୍ରବଳ ବର୍ଷା

mahabharatanews