Uncategorized

ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ବିମାନର ଇଞ୍ଜିନରେ ନିଆଁ ଲାଗିବାର ଦୃଶ୍ୟ

ଟେକ୍ ଅପ୍ ବେଳେ ବିମାନ ଇଞ୍ଜିନରେ ନିଆଁ ଲାଗିଗଲା । ବୋଇଂ ବିମାନ ଜରୁରୀକାଳୀନ ଅବତରଣ । ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଟଲାଣ୍ଟା ଯାଉଥିବା ଏକ ଡେଲ୍ଟା ଏୟାରଲାଇନ୍ସ ବିମାନ ଉଡାଣ ଆରମ୍ଭ କରିଥିଲା । ହେଲେ କିଛି ସମୟ ମଧ୍ୟରେ ବିମାନର ବାମ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡିଥିଲା । ବିମାନଟି ତୁରନ୍ତ ଜରୁରୀକାଳୀନ ଅବତରଣ କରିଥିଲା । ବିମାନବନ୍ଦରରେ ଅଗ୍ନିଶମ ବାହିନୀ ତୁରନ୍ତ ଇଞ୍ଜିନରେ ଲାଗିଥିବା ନିଆଁକୁ ଲିଭାଇ ଦେଇଥିଲେ। ଏହି ଦୁର୍ଘଟଣାରେ କୌଣସି ମୃତାହତ ହୋଇଥିବା ରିପୋର୍ଟ ନାହିଁ।
ସୂଚନା ଥାଉ କି, ଜୁଲାଇ ୧୮ ରେ ଡେଲ୍ଟା ଏୟାରଲାଇନ୍ସର ଏକ ବିମାନ ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦର ରୁ ଆଟଲାଣ୍ଟା ପାଇଁ ଉଡ଼ାଣ ଆରମ୍ଭ କରିବାର କିଛି ସମୟରେ, ବିମାନର କର୍ମଚାରୀମାନେ ବିମାନର ବାମ ଇଞ୍ଜିନରେ ନିଆଁ ଲାଗିଥିବା ସଙ୍କେତ ପାଇଲେ । ଏହା ପରେ ପାଇଲଟ ମାନେ ତୁରନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ଖଇଢ ଫେରିବାକୁ ଅନୁରୋଧ କଲେ। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ବିମାନର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସମନ୍ୱୟ ସ୍ଥାପନ କରିଥିଲା ଓ ବିମାନବନ୍ଦରର ଜରୁରୀକାଳୀନ ଦଳଗୁଡ଼ିକୁ ସତର୍କ କରିଥିଲା । ଅବତରଣ ପରେ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ କାର୍ୟ୍ୟରେ ଆସି ଇଞ୍ଜିନରେ ଲାଗିଥିବା ନିଆଁକୁ ଲିଭାଇ ଦେଇଥିଲେ । ସୂଚନା ମୁତାବିକ, କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇ ନଥିଲେ । ତେବେ ଟେକ୍ ଅପ୍ ସମୟରେ ବିମାନର ଇଞ୍ଜିନରେ ନିଆଁ ଲାଗିବାର ଦୃଶ୍ୟ ଏକ ଭିଡିଓରେ କଏଦ ହୋଇଛି । ଯେଉଁଥିରେ ବିମାନର ବାମ ଇଞ୍ଜିନରୁ ନିଆଁ ବାହାରୁଥିବା ଦେଖାଯାଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Related posts

କାନାଡାରେ ପାକ ସାମାଜିକ କର୍ମୀଙ୍କ ମୃତଦେହ କାନାଡାରୁ ଉଦ୍ଧାର

mahabharatanews

ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ପାଳନ

mahabharatanews

ଏନକାଉଣ୍ଟରରେ ପୁଣି ଜଣେ ଆତଙ୍କୀ ନିହତ

mahabharatanews