ଭାରତ

ମଦ ଦୁର୍ନୀତି:ଜାମିନ ଆବେଦନ ଉପରେ ଶୁଣାଣି ଆଜି

(ଦିଲ୍ଲୀ) : ଦିଲ୍ଲୀର ମଦ ଦୁର୍ନୀତିରେ ତିହାର ଜେଲରେ ଥିବା ଦିଲ୍ଲୀ ସିଏମ ଏବଂ ଆମ୍ ଆଦମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ଗୁରୁବାର ନିଷ୍ପତ୍ତି ହେବ। ଗିରଫ ଓ ରିମାଣ୍ଡରେ ନେଇ ସେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ।

ସୂଚନାନୁଯାୟୀ , ଏହି ଆବେଦନରେ ସେ ମଧ୍ୟବର୍ତ୍ତୀକାଳୀନ ଜାମିନ ମାଗିଛନ୍ତି। ବୁଧବାର ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ‘ଏପ୍ରିଲ ୭ ରେ ସାରା ଦେଶରେ ଉପବାସ ହେବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ଏପ୍ରିଲ ୭ରେ ସମସ୍ତ ଏଏପି ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳର ନେତା ଜନ୍ତର ମନ୍ତ୍ରରେ ଏକ ‘ସାମୂହିକ ଉପବାସ’ ପାଳନ କରିବେ। ଆମେ ମଧ୍ୟ ଲୋକଙ୍କୁ ନିବେଦନ କରୁଛୁ ଯେ ଯେଉଁମାନେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରୁଛନ୍ତି ଏବଂ ଗଣତନ୍ତ୍ରକୁ ବଞ୍ଚାଇବାକୁ ଚାହୁଁଛନ୍ତି ଏବଂ ଏହି ଦେଶକୁ ଭଲ ପାଇବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ନିଜ ଘର, ଗ୍ରାମ, ବ୍ଲକରେ ଉପବାସ ପାଳନ କରିପାରିବେ।

Related posts

ସନ୍ଦେଶଖାଲିରେ ଲାଗିଲା ୧୪୪ ଧାରା 

mahabharatanews

ଦୀପିକାଙ୍କ ସାଙ୍ଗରେ ରାମ୍ପରେ ଚାଲିଲେ ରଣବୀର ସିଂ; ଭିଡ଼ିଓ ହେଉଛି ଭାଇରଲ

mahabharatanews

୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

mahabharatanews