ବିଶ୍ୱ

ପ୍ରବଳ ବର୍ଷା ନେଲା ୯୦ରୁ ଅଧିକ ଲୋକଙ୍କ ଜୀବନ

ବ୍ରାଜିଲ:ବ୍ରାଜିଲର ରିଓ ଡି ଜେନେରୋ ରାଜ୍ୟର ପେଟ୍ରୋପୋଲିସ୍ ସହରରେ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ବନ୍ୟା ଓ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପ୍ରବଳ କ୍ଷତି ଘଟିଛି । ଏହାଯୋଗୁଁ ୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଏବେ ବି ଚାଲୁ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ରିଓ ଡି ଜେନେରୋର ଗଭର୍ଣ୍ଣର୍ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୧ରେ ଏହି ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ୯୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା।

ସୂଚାନଯୋଗ୍ୟ ଯେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ପାଖାପାଖି ୫୪ ଘର ନଷ୍ଟ ହୋଇଛି, ୪୦୦ ପରିବାର ଗୃହଶୂନ୍ୟ ହୋଇଯାଇଛନ୍ତି। କିଛି ଅଞ୍ଚଳରେ ଘରଗୁଡିକ ମାଟି ତଳେ ଧସି ରହିଯାଇଛି। କିଛି ଅଞ୍ଚଳକୁ ଏପର୍ଯ୍ୟନ୍ତ ଉଦ୍ଧାରକାରୀ ପହଞ୍ଚି ପାରିନାହାନ୍ତି। ରିଓ ଡି ଜେନେରୋର ଗଭର୍ଣ୍ଣର୍ କ୍ଲାଡିଓ କାଷ୍ଟ୍ରୋ କହିଛନ୍ତି, ବର୍ତ୍ତମାନ ଭୂସ୍ଖଳନ ଅଞ୍ଚଳରେ ଯୁଦ୍ଧ ପରି ପରିସ୍ଥିତି ହୋଇଛି। ମେଟ୍ରୋପୋଲିସରେ ମାତ୍ର ୩ ଘଣ୍ଟାରେ ୧୦ ଇଞ୍ଚରେ ବର୍ଷା ହୋଇଛି।

Related posts

ଟ୍ୱିଟରରେ ବଡ ଧରଣର ପରିବର୍ତ୍ତନ, ନୀଳ ପକ୍ଷୀ ପରିବର୍ତ୍ତେ ଡଗି ହେଲା ଟ୍ୱିଟର ନୂଆ ଲୋଗ

mahabharatanews

ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।

mahabharatanews

ଆଜି ହାଇବ୍ରିଡ ସୂର୍ୟ୍ୟ ପରାଗ ,ଏହା ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟପରାଗ

mahabharatanews