ଓଡିଶା

ରାସ୍ତା ତଳକୁ ଓଲଟି ପଡିଲା ଆମ୍ବୁଲାନ୍ସ

(ମହାଭାରତ, ସୋନପୁର): ସୋନପୁର-ବଲାଙ୍ଗୀର ରାସ୍ତାର ଖାରୀ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ସୂଚନା ଅନୁଯ।।ୟୀ, ଆମ୍ବୁଲାନ୍ସଟି ସୋମବାର ସକାଳେ ରୋଗୀ ଆଣିବା ପାଇଁ ବୀରମହାରାଜପୁରରୁ ବଲାଙ୍ଗୀର ଯାଉଥିଲା । ଏହି ସମୟରେ ଖାରୀ ନିକଟରେ କୁହୁଡି ଯୋଗୁଁ ରାସ୍ତା ଦେଖି ନପାରି ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡିଥିଲା । ଗାଡିରେ ଡ୍ରାଇଭରଙ୍କ ସହିତ ଜଣେ ଫାର୍ମାସିଷ୍ଟ ଥିଲେ । ସେମାନେ ଏହି ଦୁର୍ଘଟଣାରେ ଆହତ ହୋଇନଥିବା ଜଣାପଡିଛି ।

Related posts

କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

mahabharatanews

ରେଳ ଦୁର୍ଘଟଣା : ଜେଲ୍କୁ ଫେରିଲେ ୩ ଅଭିଯୁକ୍ତ 

mahabharatanews

ବିଧାୟକ କରୋନା ସଂକ୍ରମିତ

mahabharatanews