ଓଡିଶା

ରାସ୍ତା ତଳକୁ ଓଲଟି ପଡିଲା ଆମ୍ବୁଲାନ୍ସ

(ମହାଭାରତ, ସୋନପୁର): ସୋନପୁର-ବଲାଙ୍ଗୀର ରାସ୍ତାର ଖାରୀ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ସୂଚନା ଅନୁଯ।।ୟୀ, ଆମ୍ବୁଲାନ୍ସଟି ସୋମବାର ସକାଳେ ରୋଗୀ ଆଣିବା ପାଇଁ ବୀରମହାରାଜପୁରରୁ ବଲାଙ୍ଗୀର ଯାଉଥିଲା । ଏହି ସମୟରେ ଖାରୀ ନିକଟରେ କୁହୁଡି ଯୋଗୁଁ ରାସ୍ତା ଦେଖି ନପାରି ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡିଥିଲା । ଗାଡିରେ ଡ୍ରାଇଭରଙ୍କ ସହିତ ଜଣେ ଫାର୍ମାସିଷ୍ଟ ଥିଲେ । ସେମାନେ ଏହି ଦୁର୍ଘଟଣାରେ ଆହତ ହୋଇନଥିବା ଜଣାପଡିଛି ।

Related posts

ଜୁନାଗଡ଼ ସ୍ୱସ୍ତି ଦାନ୍ତ ଚିକିତ୍ସାଳୟରେ CBCT ସୁବିଧା ଉଦଘାଟିତ

mahabharatanews

ଓୟୋରେ ଦୁଷ୍କର୍ମ, ଯୁବକ ଗିରଫ

mahabharatanews

୬ଦିନ ପରେ ପୁରୀରୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

mahabharatanews