ଭାରତ

 କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଅଭିଯୁକ୍ତ ଗିରଫ 

(ଦିଲ୍ଲୀ) : ଦିଲ୍ଲୀ ମେଟ୍ରୋରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଅଭିଯୁକ୍ତ ଗିରଫ । ଦିଲ୍ଲୀ ପୋଲିସ ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଅଙ୍କିତ ଗୋୟଲ । ମେଟ୍ରୋ ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଅଭିଯୁକ୍ତ ଧମକ ପୂର୍ଣ୍ଣ ବାର୍ତ୍ତା ଲେଖୁଥିବାର ଦେଖିବାକୁ ମିଳିଥିଲା ।

ସୂଚନାନୁଯାୟୀ , ଏହା ପରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଛି । ନିର୍ବାଚନ ତାରିଖ ଅଭିଯୁକ୍ତ ବରେଲିର ବାସିନ୍ଦା ଅଙ୍କିତ ଗୋୟଲ ସେ ଏକ ନାମୀଦାମୀ ବ୍ୟାଙ୍କରେ କାମ କରୁଥିବା ନେଇ ସୂଚନା ରହିଛି । ସେହିପରି ସେ କୌଣସି ରାଜନୈତିକ ଦଳ ସହ ଜଡିତ ନୁହଁନ୍ତି । ପୋଲିସ ସୂତ୍ର ଅନୁଯାୟୀ, ସେ କେଜ୍ରିୱାଲଙ୍କ ସମର୍ଥକ ଥିଲେ ଏବଂ ଅନେକ ରାଲିରେ ମଧ୍ୟ ଭାଗ ନେଇଥିଲେ। ତେବେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିବାର କାରଣ ଏପର୍ଯ୍ୟନ୍ତ, ସ୍ପଷ୍ଟ ହୋଇ ନାହିଁ ।

Related posts

ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଭୂକମ୍ପ

mahabharatanews

ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ

mahabharatanews

ଅଯୋଧ୍ୟା ନଆସିବାକୁ ଭିଭିଆଇପିଙ୍କୁ ଅନୁରୋଧ କଲେ ସରକାର

mahabharatanews