ଭାରତ

ଲାହୋର ଫେରିଲେ ଇମ୍ରାନ ଖାନ

(ଲାହୋର) : ଜାମିନ ପରେ ଲାହୋରସ୍ଥିତ ବାସଭବନକୁ ଫେରିଲେ  ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ହାଇକୋର୍ଟରୁ ବିଭିନ୍ନ ମାମଲାରେ ଜାମିନ ପାଇବା ପରେ କୋର୍ଟରୁ ଲାହୋରର ଜମାନ ପାର୍କସ୍ଥିତ ନିଜ ବାସଭବନକୁ ଫେରିଛନ୍ତି। ଦୁଇଦିନର ଅଟକ ପରେ ଶନିବାର ଭୋର ସମୟରେ ଇମ୍ରାନ ସୁରକ୍ଷା କର୍ମୀମାନଙ୍କ ଗହଣରେ ଘରକୁ ଫେରିଛନ୍ତି।

ସୂଚନାନୁଯାୟୀ,ଇମ୍ରାନ ସଡ଼କ ପଥ ଦେଇ ଘରକୁ ଫେରିବା ବେଳେ ପିଟିଆଇ କର୍ମୀ ଓ ସମର୍ଥକମାନଙ୍କ ଦ୍ବାରା ବାଟରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ଶୁକ୍ରବାର ଇମ୍ରାନଙ୍କୁ ଦୁଇ ସପ୍ତାହ ପାଇଁ ସୁରକ୍ଷାତ୍ମକ ଜାମିନ ପ୍ରଦାନ କରିଛନ୍ତି।

Related posts

ଦେଶରେ ଦିନକରେ ୭,୫୫୪ ଆକ୍ରାନ୍ତ ଚିହ୍ନଟ ଓ ୨୨୩ ଜଣ ମୃତ

mahabharatanews

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଲେ

mahabharatanews

ଘର କାନ୍ଥରେ ଶୋଇଛି ମହାବଳ

mahabharatanews