ଓଡିଶା

ଅଚାନକ ନିଖୋଜ ସ୍ତ୍ରୀ , ସ୍ୱାମୀ ଥାନାର ଦ୍ୱାରସ୍ଥ

(ଗୋଲାପ ସାହୁ) କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଉଛୁଳା ନୂଆଗୁଡା ଗ୍ରାମର ଗୋପାଳ ନାଏକ ତାଙ୍କ ସ୍ତ୍ରୀ ଯଶୋଦା ନାଏକ ଅଚାନକ ଘରେ ଅନୁପସ୍ଥିତ ଥିବା ବେଳେ ପଳାୟନ କରିଥିବା ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।୧୨ବର୍ଷ ପୂର୍ବେ ଗୋପାଳ ଓ ଯଶୋଦାର ପ୍ରେମ ବିବାହ ହୋଇଥିବା ବେଳେ ତାଙ୍କର କୋଣସି ପୁଅ ଝିଅ ନାହାନ୍ତି। ଯଶୋଦାର ବାପା ଘର ଜଗଦଲପୁର ଅଞ୍ଚଳର ହୋଇଥିବା ବେଳେ ସେ ଗତ ୧୦ ତାରିଖ ଦିନ ଘରୁ ନିଖୋଜ ଥିଲେ । ଆଜିକୁ ୧୪ଦିନ ହୋଇଥିଲେ ମଧ୍ୟ ଯଶୋଦା ସହ କିଛି ସମ୍ପର୍କ ହୋଇନାହିଁ ବୋଲି ଗୋପାଳ କହିଛନ୍ତି । ଜୟପାଟଣା ପୋଲିସ ଯଥାଶୀଘ୍ର ତାଙ୍କ ସ୍ତ୍ରୀ ଙ୍କୁ ଖୋଜିବା ପାଇଁ ପ୍ରାଯତ୍ନ କରୁ ବୋଲି ଅନୁରୋଧ କରିଛନ୍ତି ।

Related posts

ଧୋଇଗଲା ଅସ୍ଥାୟୀ ପୋଲ,ଯୋଗାଯୋଗ ବିଚ୍ଛିନ୍ନ

mahabharatanews

ବ୍ଲକ୍ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ

mahabharatanews

କରୋନା ପଥେ ଜଗତ୍ସିଂହପୁର: ଏକା ଥରକେ ୪ ଚିହ୍ନଟ

mahabharatanews