ଓଡିଶା

ଜିଲ୍ଲାସ୍ତରୀୟ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

( ଶେଖ୍ ଅରଶଦ୍ ଉଲ୍ ହକ୍ ): ଖୋର୍ଦ୍ଧା ସଦର ମହକୁମାରେ ଜିଲ୍ଲାସ୍ତରୀୟ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସାଧାରଣ ସଭାରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ବକ୍ସି ଜଗବନ୍ଧୁଙ୍କ ବିପ୍ଳବୀ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ବକ୍ସି ଜଗବନ୍ଧୁ ପାଇକ ବିଦ୍ରୋହର କର୍ଣ୍ଣଧାର ଥିଲେ ଏବଂ ସେ ପାଇକମାନଙ୍କୁ ସଂଗଠିତ କରି ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହ କରିଥିଲେ । ବକ୍ସି ଜଗବନ୍ଧୁଙ୍କର ଦେଶ ପ୍ରେମ ସମସ୍ତଙ୍କୁ ଅନୁପ୍ରାଣିତ କରିବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବକ୍ସି ଜଗବନ୍ଧୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉଚ୍ଚ ଶିକ୍ଷା ବିଭାଗର ସ୍ୱତନ୍ତ୍ର ଅଧିକାରୀ ପ୍ରଧ୍ୟାପକ ଡ଼. ହରିହର କାନୁନଗୋ ଏହି ଶ୍ରାଦ୍ଧଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବକ୍ସି ଜଗବନ୍ଧୁଙ୍କର ଆଦର୍ଶ, ଦେଶପ୍ରେମ ଏବଂ ଓଡ଼ିଶାର ଗୋ÷ରବମୟ ଇତିହାସ ବିଷୟରେ ଆଲୋକପାତ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଓ ଐତିହାସିକ ସତ୍ୟବାଦୀ ବଳିଆରସିଂହ ଓ ଭୀମସେନ ପ୍ରଧାନ ପାଇକ ବିଦ୍ରୋହରେ ବକ୍ସି ଜଗବନ୍ଧୁଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର ଉମାଶଙ୍କର ପ୍ରସାଦଙ୍କ ଲିଖିତ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁ ପୁସ୍ତକଟିକୁ ବିଧାୟକ ଖୋରଧା ଓ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ । ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ମହାବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କୃର୍ତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଜିଲ୍ଲା ସଂସ୍କୃତି ଭବନ ଠାରେ ଆୟୋଜନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିଲେ ।

Related posts

ମା’ଙ୍କୁ ମାଡ ମାରି ପୁଅ ଗିରଫ

mahabharatanews

ବଲାଙ୍ଗିରରୁ ଭୁବନେଶ୍ୱର ଆସିବା ବାଟରେ ଓଲଟିଲା ଯାତ୍ରୀବାହୀ ବସ୍

mahabharatanews

ରାହାମା ସଟଡାଉନ

mahabharatanews

Leave a Comment