Uncategorized

ଧାରା ୩୭୦ରେ ପଛଘୁଞ୍ଚା ନାହିଁ

ନୂଆଦିଲ୍ଲୀ: ଗୁରୁବାର ଦିନ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ ଜଣାଇଛି କି, ଧାରା ୩୭୦ ଉଚ୍ଛେଦ ଯୋଗୁ ଜାମ୍ମୁ କାଶ୍ମୀରରେ କେନ୍ଦ୍ର ସରକାରକୁ କାର୍ଯ୍ୟ କରିବାକୁ ଅନୁମତି କରିଛି ଓ ଆହୁରି ଜଣାଯାଇଛି କି, ଏହି ପଦକ୍ଷେପରେ ପଛଘୁଞ୍ଚା ହେବ ନାହିଁ ।
ବିଚାରପତି ଏନ ଭି ରମଣା, ଏସ କେ କୌଲ, ଆର ସୁଭାଷ ରେଡ୍ଡି, ବି ଆର ଗଭାଇ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ନେଇ ଗଠିତ ସମ୍ବିଧାନିକ ଖଣ୍ଡପୀଠରେ ଆଜି ଧାରା ୩୭୦ ଉଚ୍ଛେଦ, ଯାହା ଜାମ୍ମୁ କାଶ୍ମୀର ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରିଛି, ତାହାକୁ ଚ୍ୟାଲେଞ୍ଜ କରି ହୋଇଥିବା ଯାଚିକା ଉପରେ ଶୁଣାଣି କରିଥିଲେ । ଆଟର୍ଣ୍ଣ ଜେନେରାଲ କେ କେ ଭେନୁଗୋପାଳ କୋର୍ଟଙ୍କୁ ଜଣାଇଥିଲେ କିପରି ଏହି ଧାରାର ଉଚ୍ଛେଦ ମାଧ୍ୟମରେ କେନ୍ଦ୍ର ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ନେତୃତ୍ୱ ହାସଲ କରି ତାର ଉନ୍ନତି କରଣ ଉପରେ ସ୍ୱାଧୀନତା ହାସଲ କରିଛି ଓ ଏହି କ୍ଷେତ୍ରରେ ପଛଘୁଞ୍ଚା ଦିଆଯାଇ ପାରିବ ନାହିଁ ।

Related posts

ମହାରାଷ୍ଟ୍ରରେ କୁକୁଡାଙ୍କ ନମୁନା ପରୀକ୍ଷାରୁ ବାର୍ଡ ଫ୍ଲୁ ଠାବ

mahabharatanews

ସ୍ୱାଧୀନତା ଦିବସ ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛାବାର୍ତ୍ତା

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଛୋଲେ କୁଲ୍ଚା

mahabharatanews