Uncategorized

ଏୟାର ଇଣ୍ଡିଆ ବନ୍ଦ ହେବା ଖବର ମିଛ: ଲୋହାନୀ

ଶିଳାସ୍ମିତା ରାୟ/ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ ବିମାନ କମ୍ପାନୀ ବନ୍ଦ ହେବାକୁ ଯାଉଥିବା ପରି ଖବରକୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ଲୋହାନୀ ଖାରିଜ କରିଦେଇଛନ୍ତି । ସେ କହିଛନ୍ତି, ଏୟାର ଇଣ୍ଡିଆ ବନ୍ଦ ହେବା ଖବର ସମ୍ପୂର୍ଣ୍ଣ ମିଛ ଖବର । ଏୟାର ଇଣ୍ଡିଆ ବନ୍ଦ ହେବା ବା ଏହାର ସଂଚାଳନ ବନ୍ଦ ହେବାର ଖବର ସମ୍ପୂର୍ଣ୍ଣ ମିଛ ଓ ଭିତ୍ତିହୀନ । ଏୟାର ଇଣ୍ଡିଆ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ । କମ୍ପାନୀ ଆଗକୁ ବଢିବ ଓ ଊଡାଣ ଭରିବ ବୋଲି ଲୋହାନୀ କହିଛନ୍ତି । ସେ ତାଙ୍କ ବାକ୍ୟକୁ ଦୋହରାଇ କହିଛନ୍ତି, ଏୟାର ଇଣ୍ଡିଆ ଏପର୍ଯ୍ୟନ୍ତ ଦେଶର ସବୁଠାରୁ ବଡ ଏୟାର ଲ।।ଇନ ହୋଇ ରହିଛି ରହିଛି । ସେ ଟୁଇଟ କରି କମ୍ପାନୀ ବନ୍ଦ ହେବା ଖବରକୁ ଖଣ୍ଡନ କରି ଲେଖିଛନ୍ତି, ଯାତ୍ରୀ, କର୍ପୋରେଟ ବା ଏଜେଣ୍ଟ କାହାରିକୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

Related posts

ଜାମ୍ମୁ କାଶ୍ମୀରରେ ୨୫ ହଜାର କୋଟି ଟଙ୍କାର ଜମି ଦୁର୍ନୀତି

mahabharatanews

ଦିଲ୍ଲୀ ହିଂସା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୁଲିସ

mahabharatanews

ଏହି ଗାଁରେ କେବେ ବି ହୋଇନଥାଏ ବର୍ଷା

mahabharatanews