ଭାରତ

ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ପଠାଗଲା ବିମାନ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହାରି ଭିତରେ ମଧ୍ୟରାତ୍ରୀରେ ପୁଟିନଙ୍କ ସମ୍ବୋଧନ ପରେ ସ୍ଥିତି ଆହୁରି ବିଗିଡ଼ିବାରେ ଲାଗିଛି । ଆମେରିକା ନେତୃତ୍ୱାଧୀନ ନାଟୋକୁ ଜୋରଦାର ଚାଲେଞ୍ଜ କରିଛି ଋଷ୍‌ । ଯାହା ଫଳରେ ଚରମ ସୀମାରେ ପହଞ୍ଚିଛି ଋଷ-ୟୁକ୍ରେନ ବିବାଦ । ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ଭାରତ ୟୁକ୍ରେନରେ ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଛି । ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ବି-୭୮୭ ଆଜି ସକାଳୁ ୟୁକ୍ରେନ ଯାଇଛି ।ସେହିପରି ଦ୍ୱିତୀୟ ବିମାନ ୨୪ ଫେବ୍ରୁଆରୀରେ ଓ ତୃତୀୟ ବିମାନ ୨୬ ଫେବ୍ରୁଆରୀରେ ୟୁକ୍ରେନ ଯିବ । ଗୋଟିଏ ପଟେ ଭାରତ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଥିବାବେଳେ ସେପଟେ ଋଷ ୟୁକ୍ରେନର ଦୁଇଟି ସହରକୁ ସ୍ୱତନ୍ତ୍ର ପ୍ରଦେଶ ଘୋଷଣା କରିଛନ୍ତି ପୁଟିନ୍ । ସ୍ୱତନ୍ତ୍ର ପ୍ରଦେଶ ଘୋଷଣା କରିବା ସହ ୟୁକ୍ରେନକୁ ସେନା ପଠାଇବାକୁ ମଧ୍ୟ ଆଦେଶ ଦେଇଛନ୍ତି ପୁଟିନ୍ ।

Related posts

ଗୁଜୁରାଟରୁ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ହେବେ ବିଜେପତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୟ ପ୍ରକାଶ ନାଡ୍ଡ

mahabharatanews

ଆଜି ଗଗନୟାନ ପରୀକ୍ଷଣ 

mahabharatanews

ସଲମାନ ଓ ତାଙ୍କ ପ୍ରେମକୁ ନେଇ ମୁହଁ ଖୋଲିଲେ ଏଶ୍ୱର୍ଯ୍ୟା

mahabharatanews