Uncategorized

ସଡକ ସୁରକ୍ଷା: କାରର ଆଗ ସିଟ ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ ହେବ

ନୂଆଦିଲ୍ଲୀ: ସଡକ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ନିୟମକୁ କଡାକଡି କରିବାରେ ଲାଗିଛନ୍ତି । କାର ଚାଳକଙ୍କ ପାଇଁ ସିଟ ବେଲ୍ଟ ପରେ ଏବେ ଆଉ ଏକ ନିମୟକୁ ବାଧ୍ୟତାମୂଳକ ହେବାକୁ ଯାଉଛି । ଚାଳକଙ୍କ ସମେତ ଯାତ୍ରୀଙ୍କ ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ଖୁବଶୀଘ୍ର ଆଗ ସିଟରେ ବସୁଥିବା ଯାତ୍ରୀଙ୍କ ପାଇଁ ସାଇଡ୍‌ ଏୟାରବ୍ୟାଗ ବାଧ୍ୟତାମୂଳକ କରିବାକୁ ଯୋଜନା କରାଯାଉଥିବା ସୂଚନା ରହିଛି। ସବୁ ପ୍ରକାର କାର ପାଇଁ ଏହି ବ୍ୟବସ୍ଥା କରାଯିବ। ବର୍ତ୍ତମାନ କେବଳ ଡ୍ରାଇଭର ପାର୍ଶ୍ବ ଏୟାରବ୍ୟାଗ୍‌ ବାଧ୍ୟତାମୂଳକ ରହିଛି।
ସୁରକ୍ଷା ମାନଦଣ୍ଡ ନିର୍ଦ୍ଧାରଣକାରୀ ସର୍ବୋଚ୍ଚ ବୈଷୟିକ କମିଟି ସବୁ କାରର ଆଗ ସିଟର ଯାତ୍ରୀଙ୍କ ପାଇଁ ପାର୍ଶ୍ବ ଏୟାରବ୍ୟାଗ୍‌କୁ ବାଧ୍ୟତାମୂଳକ କରିବାକୁ ସବୁଜ ସଂକକେତ ଦେଇଥିବା ସୂଚନା ମିଳିଛି। ସରକାର ଏକ ଗାଡ଼ିର ସୁରକ୍ଷା ବ୍ୟବସ୍ଥା ପାଇଁ ଉଦ୍ଦିଷ୍ଟ ଅଟୋମୋଟିଭ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ)ରେ ସଂଶୋଧନ ଆଣିବା ଲାଗି ଏକ ଚିଠା ପ୍ରସ୍ତାବ ଆଣିଛନ୍ତି। ଏହି ଚିଠା ପ୍ରସ୍ତାବ ଉପରେ ସରକାରୀ ଅଧିକାରୀମାନେ ମତ ଦେବାକୁ ଯାଇ କହିଛନ୍ତି । ଏହି ନିୟମ କାର୍ୟ୍ୟକାରୀ କରିବାକୁ ସଡ଼କ ପରିବହନ ମନ୍ତ୍ରାଳୟ ବିଚାରବିମର୍ଶ ଚଳାଇଛି। ତେବେ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ବ୍ୟବସ୍ଥାକୁ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି ।

SR

 

Related posts

ଭାରତର ଗୁଗୁଲ୍ କର୍ମଚାରୀଙ୍କୁ କୋରୋନା

mahabharatanews

ପ୍ଲାଷ୍ଟିକ ବିରୋଧରେ କେରଳ ସରକାରଙ୍କ ଅଭିଯାନ

mahabharatanews

ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୦ ହଜାର ୫୨୯ ଆକ୍ରାନ୍ତ ଚିହ୍ନଟ

mahabharatanews