ଓଡିଶା

ବିଜେଡିରେ ସାମିଲ ହେଲେ ଭୃଗୁ ବକ୍ସିପାତ୍ର

(ଭୁବନେଶ୍ୱର) : ଆଜି ବିଜେପି ଛାଡି ବିଜେଡିରେ ସାମିଲ ହେଲେ ଭୃଗୁ ବକ୍ସିପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ. ସେ ବିଜେପି ଉପସଭାପତି, ସାଧାରଣ ସମ୍ପାଦକ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ।

ସୂଚନାନୁଯାୟୀ , ବକ୍ସିପାତ୍ର ନାଁର ଓଡ଼ିଶା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବିଜେଡି ଅଧିକ ସୁସଂଗଠିତ ହେବ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହପୁର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ସସ୍ମିତ ପାତ୍ର, ମିଡ଼ିଆ ସଂଯୋଜକ ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ. ଚନ୍ଦ୍ରଶେଖର ସାହୁ କହିଲେ, ଭୃଗୁ ବାବୁଙ୍କ ବାପା ହରିଶ ବକ୍ସିପାତ୍ର ମୋ ଘନିଷ୍ଠ ଓ ବିଜୁ ବାବୁ ସହ ଥିଲେ । ଭୃଗୁ ନବୀନ ଆଦର୍ଶ ଓ ବିକାଶ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହେଲେ । ଏହା ବିଜେଡିକୁ ଆହୁରି ଶକ୍ତିଶାଳୀ ହେବ. ବିକ୍ରମ ପଣ୍ଡା କହିଲେ, ଆଜି ଖୁସିର ଦିନ. ମହାମିଶ୍ରଣ ଯୋଗୁଁ ବିଜେଡି ଦକ୍ଷିଣ ଓଡ଼ିଶାରେ ଆହୁରି ସୁସଂଗଠିତ ହେବ. ତାଙ୍କ ଆହୁରି ସମର୍ଥକ ବି ସାମିଲ ହେବେ. ସେ ସଂଗଠନ ଆଗକୁ ନେବାକୁ ଆଗଭର ହେଉଥିଲେ. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଓ ରୂପାନ୍ତର କାର୍ଯ୍ୟକ୍ରମରେ ଆଉ ଏକ ଫର୍ଦ ଯୋଡି ହେଲା. ସମସ୍ତେ ମିଳିମିଶି କାମ କରିବୁ ।

Related posts

ସ୍ୱର୍ଗଦ୍ୱାରରେ ଶବଦାହ କଟକଣା ମାସେ ବଢିଲା

mahabharatanews

୨୩ ଜିଲ୍ଲାରୁ ୪୯୪ କରୋନା ପଜିଟିଭ ଚିହ୍ନଟ, ୧୫ ହଜାର ଟପିଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ 

mahabharatanews