ମନୋରଞ୍ଜନ

ଋଷି ସୁନକଙ୍କ ସହ ଦିୱାଲୀ ପାଳିଲେ ବଲିଉଡ ଷ୍ଟାର

(ଦିଲ୍ଲୀ) : ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଦୀପାବଳି ପାଳିଲେ ବଲିଉଡ ଷ୍ଟାର। ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ସରକାରୀ ବାସଭବନରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସମ୍ପ୍ରଦାୟର ଅନେକ ଲୋକ ଯୋଗ ଦେଇଥିବା ବେଳେ ବଲିଉଡ ଷ୍ଟାର ଅକ୍ଷୟ କୁମାର, ଟ୍ବିଙ୍କିଲ ଖାନ୍ନା ଓ ପ୍ରୀତି ଜିଣ୍ଟା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇବା ଦେଖିବାକୁ ମିଳିଛି ।

https://x.com/10DowningStreet/status/1722363484518674781?s=20

ସୂଚନାନୁଯାୟୀ ,  ଅକ୍ଷୟ କୁମାର, ଟ୍ବିଙ୍କିଲ ଖାନ୍ନା ଓ ପ୍ରୀତି ଜିଣ୍ଟା, ଋଷି ସୁନକଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ଅକ୍ଷୟ କୁମାର ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଟ୍ବିଙ୍କିଲ ଖାନ୍ନା ଓ ପ୍ରୀତି ଜିଣ୍ଟା ସାଲୱାର ପିନ୍ଧିଥିବା ଦେଖିବାକୁ ମିଳିଛି। ଟ୍ବିଙ୍କିଲ ଖାନ୍ନା ଧଳା ଓ ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ପ୍ରୀତି ଜିଣ୍ଟା କଳା ରଙ୍ଗର କୁର୍ତ୍ତା ପିନ୍ଧିଥିବାର ଦେଖିବାକୁ ମିଳିଛି।

Related posts

ଆସୁଛି ଭିକ୍କିଙ୍କର ୪ଟି ସିନେମା 

mahabharatanews

ବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲ

mahabharatanews

ପରଲୋକରେ ନେତା ବିଜୟକାନ୍ତ

mahabharatanews