ଓଡିଶା

ହିଟୱେଭରେ 22 ଜୀବନ ଯାଇଥିବା ଅଭିଯୋଗ

ହିଟୱେଭରେ 22 ଜୀବନ ଯାଇଥିବା ଅଭିଯୋଗ। ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଙ୍କ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହରେ ମୃତ୍ୟୁ ସଂଖ୍ୟାକୁ ନେଇ ଆସିଥିବା ଏପରି ୧୬ଟି ମାମଲାର ଯାଞ୍ଚ ପରେ ୩ଟି ମୃତ୍ୟୁକୁ ପ୍ରଶାସନ ଦ୍ୱାରା ହିଟ୍‌ଷ୍ଟ୍ରୋକ୍ (sunstroke) ଜନିତ ବୋଲି ସ୍ପଷ୍ଟ କରାଯାଇଛି । ମୃତକ ହେଲେ ସୁବର୍ଣ୍ଣପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାର।୪ଟି ମୃତ୍ୟୁ ହିଟୱେଭ୍ ଯୋଗୁଁ ହୋଇନଥିବା ଜଣାପଡିଥିବା ବେଳେ ବାକି ସମସ୍ତ ମାମଲାର ଅନୁସନ୍ଧାନ ଚାଲିଛି। ହିଟୱେଭ୍‌ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଷ୍ଟେଟ୍ ଡିଜାଷ୍ଟର ରେସପନ୍ସ ଫଣ୍ଡରୁ (SDRF) ₹୫୦,୦୦୦ ଲେଖାଏଁ ସହାୟତା ପ୍ରଦାନ କରାଯାଉଛି । ସେପଟେ ମେ 25 ରୁ 29 ଯାଏଁ ତାପମାତ୍ରରେ ନିସ୍ତାର ନାହିଁ। ସାଙ୍ଘାତିକ ହେବ ହିଟୱେଭ, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ରେଡ ଆଲର୍ଟ, ବୌଦ୍ଧର କିଛି ସ୍ଥାନ ପାଇଁ ରେଡ ଆଲର୍ଟ ଦିଆଯାଇଛି। ଝାରସୁଗୁଡା, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା ପାଇଁ ଅରେଞ୍ଜ ଆଲର୍ଟ। କନ୍ଧମାଳ, ବରଗଡ ପାଇଁ ଏଲୋ ଆଲର୍ଟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରକାଶ।

Related posts

୧୫ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ବଜ୍ରପାତରେ ୨ ମୃତ, ଜଣେ ଗୁରୁତର

mahabharatanews

ସାମାଜିକ ବାସନ୍ଦର ଦଣ୍ଡ ଭୋଗୁଛନ୍ତି ପରିବାର

mahabharatanews