Uncategorizedରାଜନୀତି

କଙ୍ଗନାଙ୍କ ନାମରେ ଡ୍ରଗ୍ସ ନେଉଥିବା ଅଭିଯୋଗ ଆଣିଲା ମହାରାଷ୍ଟ୍ର ସରକାର

(ମୁମ୍ବାଇ): ବଲିଉଡ୍ କୁଇନ୍ କଙ୍ଗନା ରାଣାୱତ୍ ଓ ମହାରାଷ୍ଟ୍ର ସରକାର ମଧ୍ୟରେ ଚାଲିଥିବା ବିବାଦ ଘନେଇବାରେ ଲାଗିଛି । ଯେଉଁଥି ପାଇଁ କଙ୍ଗନା ଏବେ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି । ତେବେ କଙ୍ଗନା ବିରୋଧରେ ଆଉ ଏକ ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ର ସରକାର । ଯାହାକୁ ନେଇ କଙ୍ଗନା ନିଜର କଡା ଜବାବ ରଖିିଛନ୍ତି । କଙ୍ଗନା ରାଣାୱତଙ୍କ ବିରୋଧରେ ଏବେ ଡ୍ରଗ୍ସ ନେଉଥିବା ଦାବିକୁ ନେଇ ତଦନ୍ତ ହେବାକୁ ଯାଉଛି । ମହାରାଷ୍ଟ୍ର ସରକାର ଏହି ଘଟଣାର ତଦନ୍ତ ଭାର ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମୁମ୍ବାଇ ପୁଲିସ ପାଖକୁ ଏକ ସରକାରୀ ଚିଠି ପଠାଯାଇଛି । ତେବେ ଏହି ମାମଲାର ତଦନ୍ତ ଏସଆଇଟି କି ଆଣ୍ଟି ନାର୍କୋଟିକ୍ସ ସେଲ୍ କରିବ, ସେନେଇ ମୁମ୍ବାଇ ପୁଲିସ ଏପର୍ୟ୍ୟନ୍ତ କିଛି ସ୍ପଷ୍ଟ ନିଷ୍ପତ୍ତି ନେଇ ନାହିଁ ।

କଙ୍ଗନା ରାଣାୱତ ବିରୋଧରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଡ୍ରଗ୍ସ ନେଉଥିବା ମାମଲା ଆଣିଛନ୍ତି । କଙ୍ଗନାଙ୍କ ପୂର୍ବତନ ବୟଫ୍ରେଣ୍ଡ୍ ଅଧ୍ୟୟନ ସୁମନଙ୍କ ଏକ ପୁରୁଣା ସାକ୍ଷାତକାରକୁ ଆଧାର କରି ସେ ଏହି ପ୍ରସଙ୍ଗ ଉଠାଇଥିବା ଜଣାପଡିଛି । ଉକ୍ତ ସାକ୍ଷାତକାରରେ ଅଧ୍ୟୟନ ସୁମନ ଦାବି କରିଥିଲେ ଯେ, କଙ୍ଗନା ତାଙ୍କୁ ଜୋରଜବରଦସ୍ତ ଡ୍ରଗ୍ସ ଦେଇଥିଲେ ।

ମହାରାଷ୍ଟ୍ର ସରକାରଙ୍କ ଏଭଳି ଦାବି ଉପରେ କଙ୍ଗନା ମଧ୍ୟ ନିଜର କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କଙ୍ଗନା ତାଙ୍କ ଟ୍ୱିଟରେ ଲେଖିଛନ୍ତି – ଦୟାକରି ମୋର ଡ୍ରଗ୍ସ ପରୀକ୍ଷା କରାଯାଉ ଏବଂ ମୋର କଲ୍ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉ । ଯଦି ଆପଣ ଡ୍ରଗ୍ ବେପାରୀଙ୍କ ସହ ମୋର ସଂପର୍କ ଥିବା ଜାଣିବାକୁ ପାଆନ୍ତି, ତେବେ ମୁଁ ମୋ ଭୁଲ୍ ଗ୍ରହଣ କରିବି । ଏହାସହ ମୁମ୍ବାଇକୁ ସବୁଦିନ ପାଇଁ ଛାଡିଦେବି ।

Related posts

ୱାଶିଂ ମେସିନରେ ବି ସଫା କରି ହେବ ଏହି ସବୁ ଜିନିଷ

mahabharatanews

୧୬ ବିଧାୟକ ଅଯୋଗ୍ୟ ମାମଲା, ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତି ନେବାକୁ ମନା କଲେ ସୁପ୍ରିମକୋର୍ଟ ନାହିଁ

mahabharatanews

ଅବଦୁଲ୍ଲା ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଧ

mahabharatanews