ମନୋରଞ୍ଜନ

‘କେଜିଏଫ୍ ୨’ କୁ ମାତ ଦେବ ‘ପୁଷ୍ପା: ଦ ରୁଲ୍’

(ମୁମ୍ବାଇ) : ‘ପୁଷ୍ପା: ଦ ରାଇଜ୍’ପ୍ରଥମ ଭାଗ ସୁପର ହିଟ ପରେ ଏବେ ନିର୍ମାଣ ହେଉଛି ଏହାର ଦ୍ବିତୀୟ ଭାଗ ‘ପୁଷ୍ପା: ଦ ରୁଲ୍’। ତେବେ ଫିଲ୍ମଟି ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିସାରିଥିବା ଜଣାପଡ଼ିଛି। ଏଥିରେ ଅଲ୍ଲୁ ଅର୍ଜୁନଙ୍କ ଲୁକ୍ ମଧ୍ୟ ଅଲଗା ରହିଥିବା ଜଣାପଡ଼ିଛି।   ଅଲ୍ଲୁ ଅର୍ଜୁନ ପ୍ରଥମେ ଫିଲ୍ମ ପାଇଁ ୧୫୦ କୋଟି ଟଙ୍କା ମାଗିଥିବା ବେଳେ ଶେଷରେ ସେ ୧୨୫ କୋଟିରେ ଫିଲ୍ମ କରିବାକୁ ରାଜି ହୋଇଥିଲେ।ତେବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମ ପାଇଁ କେତେ ଡିମାଣ୍ଡ କରୁଛନ୍ତି ।

ଖବରନୁଯାୟୀ, ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ‘ପୁଷ୍ପା ୨’ ରିଲିଜ୍ ପୂର୍ବରୁ ମଧ୍ୟ ‘ଆରଆରଆର’ ଏବଂ ‘ବାହୁବଲୀ ୨’ ଭଳି ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି। ଦର୍ଶକମାନେ ‘ପୁଷ୍ପା: ଦି ରୁଲ୍’ରେ ଅନେକ ନୂଆ ଜିନିଷ ଦେଖିବାକୁ ପାଇବେ। ପୁଷ୍ପା-୨, ପ୍ରଥମ ଭାଗଠାରୁ ଅଧିକ ଆୟ କରିବ ବୋଲି ଅଲ୍ଲୁ ବିଶ୍ବାସ କରୁଥିବା ସହ ବ୍ଲକବଷ୍ଟର ବାହୁବଲୀ ୨ ଏବଂ କେଜିଏଫ୍ ୨ଠାରୁ ଅଧିକ ଆୟ କରିବ ବୋଲି ନିଶ୍ଚିତ ଅଛନ୍ତି।

Related posts

ସରିଲା ଅଭିନେତା ପୁଲକିତ ଓ କ୍ରିତିଙ୍କ ନିର୍ବନ୍ଧ

mahabharatanews

ହରର ଫିଲ୍ମରେ ନଜର ଆସିବେ ପ୍ରଭାସ

mahabharatanews

ଦୀର୍ଘ ବର୍ଷ ପରେ ଏକାଠି ନଜର ଆସିଲେ ଅକ୍ଷୟ -ରବିନା

mahabharatanews