ମନୋରଞ୍ଜନ

ଚନ୍ଦ୍ରଯାନ-୩ ସଫଳତା; ଖୁସି ଜାହିର କଲେ ବଲିଉଡ କଳାକାର

(ମୁମ୍ବାଇ) :  ଇତିହାସ ରଚିଛି ଭାରତ। ଇସ୍ରୋର ଚନ୍ଦ୍ରଯାନ-୩ ଚନ୍ଦ୍ରରେ ପାଦ ଥାପିଛି  ଦକ୍ଷିଣ ମେରୁରେ ଅବତରଣ କରିଛି । ପୂର୍ବରୁ ଆମେରିକା, ରୁଷ, ଚୀନ  ଏହି ସଫଳତା ହାସଲ କରିଛନ୍ତି । କିନ୍ତୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ପ୍ରଥମ ଦେଶର ଗୌରବ ଅର୍ଜନ କରିଛି।

ଭାରତ ଏଭଳି ଇତିହାସ ରଚିବା ପରେ ଅନେକ ବଲିଉଡ କଳାକାର ସୋସିଆଲ ମିଡିଆ ମାଧ୍ୟମରେ ନିଜର ଖୁସି ଜାହିର କରି ଇସ୍ରୋକୁ ଧନ୍ୟବାଦ ଜଣାଇଥିବା ଦେଖାଯାଇଛି। ଅକ୍ଷୟଙ୍କ ସମତେ କଳାକାର ସିଦ୍ଧାର୍ଥ ମଲହୋତ୍ରା, ବିକି କୌଶଲ, ଶ୍ରଦ୍ଧା କପୁର, ମୀରା ରାଜପୁତ୍, ଅନୀଲ କପୁର, ଆର୍ ମାଧୱନ, ଅନୁପମ ଖେର୍, କାର୍ତ୍ତିକ ଆରୟନ ଇତ୍ୟାଦି କଳାକାର ସୋସିଆଲ ମିଡିଆରେ ନିଜର ଖୁସି ଜାହିର କରିଥିବା ଦେଖାଯାଇଛି।

Related posts

ନୂଆବର୍ଷରେ ରିଲିଜ୍ ହୋଇଛି ‘ସ୍ପିରିଟ୍’ ଫିଲ୍ମର ପ୍ରଥମ ପୋଷ୍ଟର

mahabharatanews

୨୫୦ କୋଟି ଆୟ କଲା ସନି ଦେଓଲଙ୍କ ‘ଗଦର ୨’ !

mahabharatanews

 ଓସ୍କାର ବିଜୟୀ ଅଭିନେତାଙ୍କ ମୃତ ଦେହ ଉଦ୍ଧାର 

mahabharatanews