ଭୁବନେଶ୍ୱର : ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଛି ସର୍ବଦଳୀୟ ବୈଠକ । ଆସନ୍ତା କାଲି ବିଧାନ ସଭାରେ ଶୀତ ଅଧିବେଶନ ତେଣୁ ଗୃହ ସୁରୁଖୁରୁରେ ଚାଲିବା ନେଇ ବୈଠକରେ କରାଯାଉଛି ଆଲୋଚନା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ବିରୋଧୀ ଦଳ ମୁଖ୍ୟ ସଚେତକ , କଂଗ୍ରସ ବିଧାୟକ ଦଳ ନେତାଙ୍କ ସମେତ ଅନେକ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ବିଜେପି ସରକାରର ଏହା ହେଉଛି ଦ୍ୱିତୀୟ ଅଧିବେଶନ । ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଅତିରିକ୍ତ ବଜେଟ ଆଣିବେ । ସେପଟେ ଆଜି ତିନି ଦଳ ବିଧାୟକ ଦଳ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଅପରାହ୍ନ ୫ଟାରେ ବସିବ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଶଙ୍ଖଭବନରେ ଏହି ବୈଠକ ବସିବ । ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ସନ୍ଧ୍ୟା ୬ଟାରେ ବସିବ । କଂଗ୍ରେସ ଦଳ ନେତାଙ୍କ ବିଧାନଭା କକ୍ଷରେ ମଧ୍ୟ ଏହି ବୈଠକ ବସିବା ନେଇ ସୂଚନା ରହିଛି ।
previous post