ଓଡିଶା

ଓଡିଶାରେ ପୁଣି ୧୦ଟି ମେଡିକାଲ କଲେଜ ନିର୍ମାଣ ହେବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଅନୁଗୁଳ/ଜ୍ୟୋତିରଞ୍ଜନ ଧର: ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗ୍ରସ୍ତରେ ଆସି ଓଡିଶାରେ ପୁଣି ୧୦ଟି ମେଡିକାଲ କଲେଜ ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି।ଓଡିଶା ରାଜ୍ୟର ବିକାଶ ପାଇଁ ଦଳମତ ଉର୍ଧ୍ଵରେ ରହି ଲୋକଙ୍କ କାମକର।ମୋଦୀ ସରକାର କୁ ଆସିବା ପାଇଁ ସଂଗ୍ରାମ ଜାରୀ ରଖିବାକୁ ପଡିବ, ଅନୁଗୁଳ ଜିଲ୍ଲାରେ ବହୁ ସଂଗଠନ ଆମ ସହିତ ଅଛନ୍ତି। ମୋଦୀ ସରକାର ଆସିବା ପର୍ଯ୍ୟନ୍ତ ରାଜ୍ୟରେ କିଭଳି ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରିବାକୁ ପଛାଉ ଅହଂକାରୀ ଶାସକ ଦଳ। ଶୁସ୍ଥ ସମାଜ ପାଇଁ ଶୁସ୍ଥ ଶାସନ ର ଆବଶ୍ୟକତା ଦରକାର କିନ୍ତୁ ଏହି ରାଜ୍ୟରେ ନାରୀନିର୍ୟ୍ୟାତନା ସାଙ୍ଗକୁ ଦୁର୍ନୀତି ବଢ଼ୁଛି ।

ଭ୍ରଷ୍ଟାଚାରୀ ଶାସନ କିଭଳି ଚାଲିଛି ଏହି ସମସ୍ତ ଘଟଣା କୁ ଆୟୁଧ କରିଛି ଏବଂ ବିଜେପି ସଫଳତା ପାଇଥିବା ଅଞ୍ଚଳରେ ପ୍ରଶାସନ ଚାଟୁକାରିତା ସାଜିଛି।ଖୁବ ଶୀଘ୍ର ଅନ୍ତଘଟିବ। ଅପରାଧୀଙ୍କ ସହ ପ୍ରଶାସନ, ପୁଲିସ ପାଇଁ ରହିଛି କୋର୍ଟ କଚେରୀ। ଆଇନର କାଠଗଣ୍ଡି ଭିତରେ ଅପରାଧୀ ଓ ସେମାନଙ୍କ ସହିତ ସମ୍ପୃକ୍ତ ପୁଲିସ, ପ୍ରଶାସନ ବଡମୁଣ୍ଡିଆ ବି ଛାଡ଼ ପାଇବେନି।ଆଇନ କାନୁନ ରାଜ୍ୟରେ ଭୁଶୁଡ଼ି ଯାଇଛି । ଏହାକୁ ସୁଧାରିବା ପାଇଁ ଏକମାତ୍ର ବିଜେପି ହାତରେ ରହିଛି।

ଦଳୀୟ କାର୍ଯ୍ୟକର୍ତାଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଓଡିଶାର ଗର୍ବ, ଗୌରବ ଯୁବଦକ୍ଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର। ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟ ରେ ପହଁଚିଥିଲେ ଏବଂ ଶିଖାନୁଷ୍ଠାନକୁ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସହ ଭାବ ବିନିମୟ କରିଥିଲେ । ଏହାପରେ ସେ ରାଣୀଗୋଡ଼ା ଦଳୀୟ କାର୍ୟ୍ୟାଳୟରେ ପହଞ୍ଚି ପ୍ରଭୁ ଶ୍ରୀ ହନୁମାନ ଓ ସମ୍ବିଧାନର ଜନକ ବି.ଆର୍ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ପରେ ଶ୍ରୀ ପ୍ରଧାନ ଗତ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜୟୀ ସରପଞ୍ଚ , ସମିତିସଭ୍ୟ , କାଉନସିଲର ଓ ଏକ ମାତ୍ର ବିଜୟୀ ଜିଲ୍ଲା-ପରିଷଦ ଯଶୋବନ୍ତ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ରାଜନୀତିରେ କଳୁଷତା ଓ ହିଂସା ଆଚରଣକୁ ନିନ୍ଦା କରିବା ସହ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ପ୍ରତି ସମସ୍ତଙ୍କ ସମ୍ମାନ ରହିବା ଉଚିତ୍ ବୋଲି କହିଥିଲେ ।

ଗଣମାଧ୍ୟମ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ମୋଦି ସରକାର ୪୦୦ରୁ ଅଧିକ ନୂଆ ମେଡିକାଲ କଲେଜ ନିର୍ମାଣ ପାଇଁ ସ୍ୱୀକୃତି ଦେଇଛନ୍ତି। ସେଥିମଧ୍ୟରୁ ଓଡିଶାରେ ନୂଆ ୧୦ଟି ମେଡିକାଲ କଲେଜ ନିର୍ମାଣ ପାଇଁ ମୋଦି ସରକାର ଅନୁମତି ଦେଇଛନ୍ତି। ଏ ଦିଗରେ ତାଳଚେରରେ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଏମସିଏଲ୍ ୧୦୦୦ କୋଟି ଟଙ୍କା ବ୍ୟୟରେ ଏଠାରେ ମେଡିକାଲ କଲେଜ ପାଇଁ ଭିତିଭୂମି ନିର୍ମାଣ କରିସାରିଛି।

ଏହାକୁ ରାଜ୍ୟ ସରକାର ପରିଚାଳନା କରିବାର ଦାୟତ୍ୱ ତୁରନ୍ତ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ଓଡିଆ ପିଲାମାନେ ଶସ୍ତାରେ ଡାକ୍ତରୀ ଶିକ୍ଷା ପଇବା ସହ ଲୋକମାନେ ଉତମ ଚିକିତ୍ସା ସୁବିଧା ପାଇପାରିବେ ଓ ଅତ୍ୟାଧୁନିକ ସୁପର ସ୍ପେଶାଲିଟି ହସ୍ପିଟାଲ ତିଆରି ହୋଇପାରିବ। ଜିଲ୍ଲା କାର୍ୟ୍ୟଳୟରେ ମହବିଷୁବ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଓଡିଶାରେ ମୋଦି ସରକାର ନ ଆସିବା ପର୍ୟ୍ୟନ୍ତ ଅଧିକରୁ ଅଧିକ କାମ କରିବାକୁ ହେବ। ମୋଦି ସରକାରଙ୍କ ଗରିବ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ନିମ୍ନ ଶ୍ରେଣୀର ଲୋକଙ୍କ ପାଖରେ ପହଁଚୁଛି ନା ନାହିଁ, ତାକୁ ତଦାରଖ କରିବାକୁ କାର୍ଯ୍ୟକର୍ତାଙ୍କୁ କହିଥିଲେ।

ଏହି ସଭାରେ ଜିଲ୍ଲା ସଭାପତି ଦିଲେଶ୍ଵର୍ ପ୍ରଧାନ, କାଳନ୍ଦି ସାମଲ,ଅଗସ୍ତି ବେହେରା, ବିଜେପି ପ୍ରାକ୍ତନ ସଭାପତି ତଥା ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।ଶେଷରେ ତାଳଚେରର ଅଧିଷ୍ଠାତ୍ରୀ ଦେଵୀ ମା ହିଙ୍ଗୁଳାଙ୍କ ପିଠରେ ପହଞ୍ଚି ଓଡିଶା ବାସୀଙ୍କ ଶଭ ମନାସୀ ମାନଙ୍କୁ ଦର୍ଶନ କରିଥିଲେ ।

Related posts

କନେଷ୍ଟବଳଙ୍କୁ ତୀର ମାରି ହତ୍ୟା କଲେ ମାଓବାଦୀ

mahabharatanews

ବରିଷ୍ଠ ନାଗରିକଙ୍କ ପାଇଁ ଓଡିଶା ହାଇକୋର୍ଟଙ୍କ ଐତିହାସିକ ରାୟ

mahabharatanews

ଅସହାୟ ମହିଳାଙ୍କୁ ନିଜ ଘରକୁ ପଠାଇ ଉଦାହରଣ ସାଜିଲେ ସୋନପୁର ଆରକ୍ଷି ଅଧିକ୍ଷକ

mahabharatanews

Leave a Comment