ମନୋରଞ୍ଜନ

ଆଖି ବୁଜିଲେ ଅଭିନେତ୍ରୀ ମଞ୍ଜୁ ସିଂହ

(ମୁମ୍ବାଇ) : ପରଲୋକରେ ଭେଟେରାନ ଟିଭି ଉପସ୍ଥାପିକା ତଥା ଅଭିନେତ୍ରୀ ମଞ୍ଜୁ ସିଂହ । ଗୀତିକାର ତଥା ଗାୟକ ସ୍ୱାନନ୍ଦ କିରକିରେ ଟ୍ୱିଟ୍ କରି ତାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି।

ସେ ମଞ୍ଜୁ ସିଂହଙ୍କ ମୃତ୍ୟୁକୁ ସମବେଦନା ଜଣାଇବା ସହ ତାଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି। ସ୍ୱାନନ୍ଦ ଲେଖିଛନ୍ତି, ମଞ୍ଜୁ ସିଂହ ଆଉ ନାହାଁନ୍ତି।

ସ୍ୱାନନ୍ଦ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ସେ DD ପାଇଁ ଅନେକ ଶୋ’ ଯେପରି, ଏକ କାହାନି, ଶୋ ଟାଇମ୍ ଇତ୍ୟାଦି କରିଥିଲେ। ହ୍ରିଷିକେଶ ମୁଖାର୍ଜୀଙ୍କ ଗୋଲମାଲ କି ରତ୍ନା ଆମର ପ୍ରିୟ ମଞ୍ଜୁ ଜୀ ଆପଣଙ୍କ ପ୍ରେମକୁ କିପରି ଭୁଲି ପାରିବୁ .. ବିଦାୟ! ‘ ମଞ୍ଜୁ ସିଂହଙ୍କ ଯୁଗର ସମସ୍ତ ତାରକା ନିଜର ସମବେଦନା ଜଣାଇବା ସହ ସୋସିଆଲ ମିଡିଆରେ ତାଙ୍କର ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି।

Related posts

ଇଦରେ ସଲମାନଙ୍କ ଘର ଆଗରେ ଲାଠିଚାର୍ଜ 

mahabharatanews

ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର

mahabharatanews

ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର

mahabharatanews