ଓଡିଶା

ଅନୁଗୁଳରେ କରେଣ୍ଟ ଦେଇ ହାତୀକୁ ହତ୍ୟା

(ଅନୁଗୁଳ) : ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଆଜି ବିଦ୍ୟୁତ କରେଣ୍ଟ ଲଗାଇ ଦନ୍ତାକୁ ହତ୍ୟା କରାଯାଇଛି। ବନ୍ତଳା ବନାଞ୍ଚଳର କନ୍ତମେଘ ଗାଁରେ ଏଭଳି ବର୍ବରତା କାଣ୍ଡ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ,  ବିଦ୍ୟୁତ ଆଘାତରେ ତାର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ସେଠାରେ ଥିବା କଦଳୀ ବଗିଚାକୁ କଦଳୀ ଖାଇବା ଲୋଭରେ ଏହି ଦନ୍ତା ଯାଉଥିବା ବେଳେ ପୂର୍ବରୁ ଦିଆଯାଇଥିବା ବିଦ୍ୟୁତ କରେଣ୍ଟରେ ସେ ଲାଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ଦନ୍ତାଟି ଟଳିପଡିଥିଲା। ଖବର ପାଇ ବନ କର୍ମଚାରୀମାନେ ସେଠାରେ ପହଞ୍ଚିଛନ୍ତି।

Related posts

ଆଜି ରାୟଗଡ଼ାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

mahabharatanews

ସଡ଼କ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ

mahabharatanews

ଲୋକେ ସଚେତନ ନ ହେଲେ ସ୍ଥିତି ଭୟଙ୍କର ହେବ

mahabharatanews