(କୁନୋ) : କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଜିଲା ଆଉ ଏକ ଚିତା । ଚିତା ଶୌର୍ୟର ଏଠାରେ ମୃତ୍ୟୁ ହୋଇଛି । କୁନୋରେ ଏପର୍ଯ୍ୟନ୍ତ ଦଶଟି ଚିତାବାଘଙ୍କର ମୃତ୍ୟୁ ହୋଇ ସାରିଲାଣି, ଯେଉଁଥିରେ ସାତଟି ଚିତାବାଘ ଏବଂ ତିନିଟି ଶାବକ ରହିଛନ୍ତି । ଗତକାଲି ଦିନ ପ୍ରାୟ ୩.୧୫ସମୟରେ ଚିତାର ମୃତ୍ୟୁ ଘଟିଛି । ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି ।
ସୂଚନାନୁଯାୟୀ, ଜାନୁଆରୀ ୩ ତାରିଖରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ 3ଟି ଚିତା ଶାବକଙ୍କ ଜନ୍ମ ହୋଇଥିଲା । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏହି ସୂଚନା ଦେଇଥିଲେ । ୧୭ ସେପ୍ଟେମ୍ବର ୨୦୨୨ରେ, ନାମିବିଆରୁ ୮ଟି ଚିତା କୁନୋ ଜାତୀୟ ଉଦ୍ୟାନରେ ଛଡା ଯାଇଥିଲା । ଏହା ପରେ, ଫେବୃଆରୀ ୧୮ରେ, ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାବାଘ ଆଣାଯାଇଥିଲା ।
