ଓଡିଶା

ଟୀକାକରଣ ସୁଲଭ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଟୀକା ସୁବିଧାରେ ଉପଲବ୍ଧ କରିବା ଲକ୍ଷ୍ୟରେ ଟୀକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର । ଗ୍ଲୋବାଲ ଟେଣ୍ଡର ଜାରି ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଏନେଇ ଏକ ବୈଷୟିକ କମିଟି ଗଠନ କରାଯିବ । ଟୀକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ରକୁ ଦାବି ଜଣାଇଛି ରାଜ୍ୟ ବୋଲି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ।
ଟୀକା ଯେପରି ଓଡ଼ିଶାବାସୀ ସୁବିଧାରେ ପାଇପାରିବେ ସେଥିପାଇଁ ବିଶ୍ଵର ବିଭିନ୍ନ ଟୀକା କମ୍ପାନୀରୁ ଟୀକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ । ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଅନୁଷ୍ଠିତ ହୋଇଯାଇଛି । ଶୀଘ୍ର ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସକଲ୍ପବଦ୍ଧ ଥିବା କୁହାଯାଇଛି ।
ଟୀକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । କୋଭିଡ଼ ବିରୁଦ୍ଧ ଲଢ଼େଇ ଏକ ବହୁତ ଲମ୍ବା ଲଢ଼େଇ । ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ୟ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳ କୁ ରାଜ୍ୟ ମାନଙ୍କ ମଧ୍ୟ ରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇ ରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ ।
ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ଼ ବିରୁଦ୍ଧରେ ଲଢ଼େଇକୁ ଜୋରଦାର କରିବା ଏବଂ କୋଭିଡ଼ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ ତାଙ୍କର ଦୃଢ଼ ସକଳ୍ପର ପୁନଘୋଷଣା କରୁଛନ୍ତି

 

Related posts

୧୦ ଜିଲ୍ଲାରେ ହେବନି ବସ୍‌ ଧର୍ମଘଟ

mahabharatanews

ଖଣ୍ଡାୟତପଟକିରା ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ଅନିୟମିତତା ଅଭିଯୋଗ

mahabharatanews

ଚାନ୍ଦବାଲିରେ ଦେୱାନୀ ଓ ଫୌଜଦାରୀ ଅଦାଲତ ପକ୍ଷରୁ ଅଷ୍ଟାଦଶତମ ପ୍ରତିଷ୍ଠା ଦିବସ

mahabharatanews