ଓଡିଶା

ମାଓବାଦୀଙ୍କ ବିରୋଧରେ ଚାଲିଛି ବଡ଼ ଅପରେସନ

(ବୌଦ୍ଧ) : ମାଓବାଦୀଙ୍କ ବିରୋଧରେ ଚାଲିଛି ଏକ ବଡ଼ ଅପରେସନ । SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ କାଲିଠାରୁ ଚାଲିଛି ଗୁଳିବିନିମୟ ଲାଗିରହିଛି ।ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଫାଣ୍ଡି ଅଞ୍ଚଳ ନଳୀକୁମ୍ପା ଜଙ୍ଗଲରେ ଚାଲିଛି ଏହି ଅପରେସନ ।

ସୂଚନାନୁଯାୟୀ , କମ୍ବିଂ ଅପରେସନ। SOGର ୧୫ଟି ଟିମ୍ କମ୍ବିଂ ଅପରେସନରେ ସାମିଲ ହୋଇଛନ୍ତି। ଜବତ ହେଲା ପ୍ରାୟ ୪୦IED। ଏଥିପାଇଁ ବୌଦ୍ଧ, ବ୍ରହ୍ମପୁର ଓ କନ୍ଧମାଳରୁ ବମ୍ ସ୍କ୍ୱାଡ୍‌ଙ୍କୁ ସାମିଲ କରାଯାଇଛି । ଅପରେସନରେ ପ୍ରାୟ ୩ ଶହରୁ ଅଧିକ SOG ଯବାନ ସାମିଲ ହୋଇଛନ୍ତି । ନଳୀକୁମ୍ପା ଜଙ୍ଗଲକୁ ଘେରି ଜୋରଦାର ଅପରେସନ କରାଯାଉଛି । ଜଙ୍ଗଲରେ ବିସ୍ଫୋରକ ଠାବ ସହ ନିଷ୍କ୍ରିୟ କରିବା ପାଇଁ ୩ଟି ବୋମା ନିଷ୍କ୍ରିୟକାରୀ ଟିମ୍‌ ଏହି ଅପରେସନରେ ସାମିଲ ହୋଇଛନ୍ତି ।

Related posts

ନିଶ୍ଚିତ ମୃତ୍ୟୁ ମୁଖରୁ ଶିଶୁ କନ୍ୟା କୁ ନୂଆ ଜୀବନ ଦେଇଥିବାରୁ ଡାକ୍ତରଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ କରିଲେ ସମ୍ବର୍ଦ୍ଧିତ

mahabharatanews

ମୋବାଇଲ ସଂଯୋଗ ନ କାଟିବାକୁ ମୁଖ୍ୟ ଶାସନ ସଚିବଙ୍କ କେନ୍ଦ୍ରକୁ ଅନୁରୋଧ

mahabharatanews

ଜନତା ମହା ବିଦ୍ୟାଳୟ ବଇଣ୍ଡା ରେ ମହା ସମାରୋହରେ ବାର୍ଷିକ ଉତ୍ସବ ଅନୁଷ୍ଠିତ…

mahabharatanews