(ମୁମ୍ବାଇ): ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାମରେ ଆସିଛି ଯୌନ ନିର୍ଯ୍ୟାତନା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ପାୟଲ ଘୋଷ ନାମକ ଜଣେ ଅଭିନେତ୍ରୀ । ଅଭିନେତ୍ରୀ ପାୟଲ ଟ୍ୱିଟ୍ କରି ଏହି କଥା କହିଛନ୍ତି । ଏଥିସହ ସେ ନିଜ ପାଇଁ ସୁରକ୍ଷା ମାଗିଛନ୍ତି ଏବଂ ଅନୁରାଗଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଳି କହିଛନ୍ତି ।
ତେବେ ଏହାକୁ ନେଇ ଏବେ ବଲିଉଡ୍ ଉଠୁଛି ପଡୁଛି । ଏନେଇ କଙ୍ଗନା ଟ୍ୱିଟ୍ କରି ଅନୁରାଗ କଶ୍ୟପଙ୍କୁ ଟାର୍ଗେଟ କରିଛନ୍ତି । ଚଳଚ୍ଚିତ୍ର ଜଗତରେ ତିଷ୍ଠି ରହିବା ପାଇଁ ଷ୍ଟ୍ରଗଲ୍ କରୁଥିବା ଯୁବତୀମାନଙ୍କୁ ଯୌନକର୍ମୀ ଭଳି ଅନୁରାଗ ବ୍ୟବହାର କରନ୍ତି । ତାଙ୍କ କ୍ଷେତ୍ରରେ ଏହା ସ୍ବାଭାବିକ ବୋଲି ଅନୁରାଗ କାଶ୍ୟପଙ୍କୁ ଟାର୍ଗେଟ୍ କରି ଅଭିନେତ୍ରୀ କଙ୍ଗନା ରଣାୱତ୍ କହିଛନ୍ତି । ଯାହାକୁ ନେଇ ବଲିଉଡ୍ରେ ହଇଚଇ ସୃଷ୍ଟି ହୋଇଛି । କଙ୍ଗନା ଟ୍ୱିଟରେ କହିଛନ୍ତି ଯେ, ଅଗୁରାଗ ନିଜେ ସ୍ବୀକାର କରିଛନ୍ତି ଯେ ବହୁ ଯୁବତୀଙ୍କ ସହ ତାଙ୍କର ସଂପର୍କ ଅଛି । ସେମାନଙ୍କ ସହ ସେ ପ୍ରତାରଣା କରିଛନ୍ତି । ତେଣୁ ଏଭଳି ବ୍ୟକ୍ତିଙ୍କୁ ଗିରଫ କରାଯାଉ ବୋଲି କଙ୍ଗନା ଦାବି କରିଛନ୍ତି ।
ପାୟଲ ଘୋଷଙ୍କ ଟ୍ୱିଟ୍ ପରେ ଆଗରୁ ବଲିଡ୍ର ଅନେକ ଲୋକଙ୍କ ବିରୋଧରେ ଥିବା ବା କହି ଆସୁଥିବା କଙ୍ଗନାଙ୍କୁ ଏକ ପ୍ରକାର ସୁଯୋଗ ମିଳିଗଲା । ତେଣୁ ସେ ବି ତା’ର ଫାଇଦା ଉଠାଇଛନ୍ତି । କଙ୍ଗନା ନିଜ ବା ନିଗେ ଅଙ୍ଗେ ନିଭେଇଥିବା କଥାକୁ ବଖାଣିଛନ୍ତି । ସେ ସବୁ ଅନୁଭୂତିକୁ ମନେ ପକାଇ ସେ ଟ୍ବିଟ୍ କରିଛନ୍ତି, ଯାହା ପାୟଲଙ୍କ ସହ ହୋଇଛି, ମୋ ସହ ବି କିଛି ବଡ଼ ବଡ କଳାକାରମାନେ କରିଥିଲେ । ସେ କହିଛନ୍ତି ଯେ ରୁମ୍ ବନ୍ଦ ହେବା ପରେ ଅଶ୍ଲୀଳତା ପ୍ରଦର୍ଶନ କରିବା ସହ କାମ ପାଇଁ ଘରକୁ ଆସି ମୋ ସହ ଜବରଦସ୍ତି ବି କରାଯାଇଛି । ତେଣୁ ବଲିଉଡ୍ ପୂରା ଯୌନ ପିପାସୁରେ ଭରପୂର ବୋଲି କଙ୍ଗନା କହିଛନ୍ତି । ବଲିଉଡ୍ରେ ‘ମି-ଠୁ’ ଅଭିଯାନ ଫେଲ୍ ହୋଇଛି ଏବଂ ପାୟଲଙ୍କୁ ମଧ୍ୟ ଦିନେ ଚୁପ୍ କରାଇ ଦିଆଯିବ ବୋଲି ସେ କହିଛନ୍ତି ।