ଅପରାଧ

ଗିରଫ ହେଲା ଅନ୍ତଃସତ୍ତ୍ୱା ଛାତ୍ରୀଙ୍କ ଅଭିଯୁକ୍ତ

(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଗୋଟିଏ ପଟେ ହାଇଦ୍ରାବାଦର ୪ଦୁଷ୍କମକାରୀଙ୍କୁ ଏନକାଉଣ୍ଟର ଘଟଣା ଦେଶରେ ଚାଞ୍ଚଲ୍ୟ ସୃ୍ଷ୍ଟି କରିଛି । ରାଜ୍ୟରେ ଏହାକୁ ନେଇ ରାଜ୍ୟବାସୀ ଉତ୍ସାହିତ ଅଛନ୍ତି । କିନ୍ତୁ ଏହାରି ଭିତରେ ରାଜ୍ୟରେ ଆସିଛି ଏକ ଏପରି ଲଜ୍ଜ୍ୟାଜନକ ଘଟଣା ଯାହା ଅତ୍ୟନ୍ତ ନିନ୍ଦନୀୟ । ଜୟପୁର ବାମ୍ଫୁଣୀ ଠାରେ ଥିବା ସେବାଶ୍ରମର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅନ୍ତଃସତ୍ତ୍ୱା ହେବା ଘଟଣା ଥାନାରେ ଅଭିଯୋଗ ହୋଇଥିଲା । ତେବେ ପୋଲିସ ଆଜି ଏହାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଉଛି ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ୱାମୀ ରାଜେନ୍ଦ୍ର ରଥ(୬୦) । ପୋଲିସ ଗତକାଲି ତାଙ୍କୁ ଗିରଫ କରିଥିଲା ଓ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୁଚନରନୁଯାୟୀ,ଗତ ଖରାଛୁଟିରେ ସେ ଛାତ୍ରୀଙ୍କୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଘରେ ରଖିଥିଲେ। ତାଙ୍କ ଘରେ ଥିବା ସମୟରେ ରାଜେନ୍ଦ୍ର ତାଙ୍କ ସହ ୬ ଥର ଦୈହିକ ସମ୍ପର୍କ ରଖିଥିବା କଥା ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ଏହାଛଡ଼ା ସ୍କୁଲ ପରିସରରେ ମଧ୍ୟ ଅବସର ପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ତାଙ୍କ ସହ ଦେିହିକ ସମ୍ପର୍କ ସ୍ଥାପନ କରିଥିବା କଥା ସ୍ୱୀକାର କରିଛନ୍ତି।

Related posts

ବ୍ୟାଙ୍କ ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

mahabharatanews

ପୋଲିସ ଏସଆଇ ପରୀକ୍ଷା ମହାଦୁର୍ନୀତି ଘଟଣାରେ ସିଲିକନ ପ୍ରାଇଭେଟ ଲିମିଟେଡ଼ର ମାଲିକ ସୁରେଶ ନାୟକ ଗିରଫ

mahabharatanews

ରାଜଧାନୀରୁ ବେଆଇନ ପ୍ଲାଷ୍ଟିକ ଜବତ

mahabharatanews