ଭାରତମନୋରଞ୍ଜନ

ଆର୍ଯ୍ୟନଙ୍କୁ ମିଳିଲା କ୍ଲିନ୍ ଚିଟ୍

ମୁମ୍ବାଇ : ମୁମ୍ବାଇର ବହୁ ଚର୍ଚ୍ଚିତ କୋର୍ଡଲିଆ କ୍ରୁଜ ଡ୍ରଗ୍ସ ମାମଲାରେ ଚଳଚିତ୍ର ତାରକା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ନାର୍କୋଟିକ୍ସ କଣ୍ଟ୍ରେଲ ବ୍ୟୁରୋ (ଏନସିବି) କ୍ଲିନ୍ଚିଟ ପ୍ରଦାନ କରିଛି । ଏନସିବି ପକ୍ଷରୁ ୬ ହଜାର ପୃଷ୍ଠାର ଚାର୍ଜସିଟ ଏନଡିପିଏସ କୋର୍ଟରେ ଦାଖଲ କରାଯାଇଛି । ସୂଚନାଯୋଗ୍ୟ, ଗତ ୨୦୨୧ ଅକ୍ଟୋବର ୨ ତାରିଖରେ ଆର୍ଯ୍ୟନଙ୍କୁ ଗିରଫ କରାଯାଇଥିଲା । ୨୬ଦିନ ପରେ ତାଙ୍କୁ ଜାମିନ ମିଳିବା ପରେ ସେ ଜେଲରୁ ଖଲାସ ହୋଇଥିଲା । ଏସଆଇଟିର ତଦନ୍ତ ପରେ ଆର୍ଯ୍ୟନଙ୍କ ସମେତ ୧୯ଜଣ ଲୋକ ଗିରଫ ହୋଇଥିଲେ । ତେବେ ଆର୍ଯ୍ୟନ ଓ ମୋହକଙ୍କୁ ଛାଡିଦେଲେ ଅନ୍ୟ ୧୪ଜଣଙ୍କ ବିରୋଧରେ ଏନଡିପିଏସ ଆକ୍ଟ ଅନୁସାରେ ମାମଲା ଚାଲିବ ବୋଲି ଏନସିବିର ଡିଡିଜି ସଞ୍ଜୟ କୁମାର ସିଂହ ସୂଚନା ଦେଇଛନ୍ତି ।

ଗତ ବର୍ଷ ମୁମ୍ବାଇରେ ଏନସିବି ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ ଗିରଫ କରିଥିଲା । ୩ ସପ୍ତାହ ଜେଲରେ ରହିବା ପରେ ଶେଷରେ ତାଙ୍କୁ ଜାମିନ ମିଳିଥିଲା । ତଦନ୍ତ ବେଳେ ଏନସିବି ଜାଣିବାକୁ ପାଇଥିଲା ଆର୍ଯ୍ୟନଙ୍କ ନାମ କୌଣସି ଡ୍ରଗ ପ୍ୟାଡଲର ନେଇ ନ ଥିଲେ । ତାଙ୍କର ମେଡିକାଲ ଚେକଅପ କରାଯାଇ ନ ଥିଲା ଏବଂ ଅରବାଜ ମର୍ଚ୍ଚାଂଟକୁ ସେ ଡ୍ରଗ୍ସ ନେବା ପାଇଁ ମନା କରିଥିଲେ । ଏହି ସବୁ କାରଣରୁ ଆର୍ଯ୍ୟନ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଏହା ପରେ ସମୀରଙ୍କ ଅଡୁଆ ଆଗକୁ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

Related posts

ରାଜନୀତି ଛାଡିଲେ ଗୌତମ ଗମ୍ଭୀର

mahabharatanews

ଆଉ ନାହାନ୍ତି ଅଭିନେତା ହରିଶ ମେଗନ

mahabharatanews

ମଣିପୁର ହିଂସା: ଜୁଲାଇ ୧୦ରେ ସୁପ୍ରିମକୋର୍ଟଙ୍କ  ଶୁଣାଣି 

mahabharatanews