ଓଡିଶା

ଦୁର୍ବଳ ହେଉଛି ଅସାନି ; ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତାକାଲି ଅବପାତର ରୂପ ନେବ ବାତ୍ୟା ଅସାନି । ଏବେ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି ଅସାନି । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ । ଗତ ୬ ଘଣ୍ଟାରେ ଏହା ୧୨ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି । ଏପଟେ ଅସାନି ପ୍ରଭାବରେ ଓଡିଶାରେ ୮ ଜିଲ୍ଲରେ ପ୍ରବଳ ବର୍ଷା ଆଶଙ୍କା । ଏହି ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

କୋରାପୁଟ, ରୟାଗଡା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକକୁ ୟେଲୋ ୱାର୍ଣ୍ଣିଂରେ କେନ୍ଦ୍ରିଭୂତ କରାଯାଇଛି । ଏସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଲର୍ଟ କରାଯାଇଛି । ଆଜି ମଲକାନଗିରିରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସମସ୍ତ ପ୍ରକାର ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବାତ୍ୟା ଯୋଗୁଁ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେଣୁ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।

ସପଟେ ଆନ୍ଧ୍ରରେ ମଧ୍ୟ ଏହି ବାତ୍ୟାର ପ୍ରଭାବ ଦେଖାଦେଇଛି । ଯାହା କାରଣରୁ ଆନ୍ଧ୍ରରେ ବିମାନସେବା ପ୍ରଭାବିତ ହୋଇଛି । ଆଜି ବିଶାଖାପାଟଣା ଆସିବାକୁ ଥିବା ଏୟାର ଏସିଆ ବିମାନ ବାତିଲ କରାଯାଇଛି । ଦିଲ୍ଲୀ ଓ ବେଙ୍ଗାଲୁରୁରୁ ଆସିବାକୁ ଥିବା ୨ ବିମାନ ବାତିଲ କରାଯାଇଛି । କେବଳ ବିମାନସେବା ନୁହେଁ ଆଜି ଅନ୍ଧ୍ରରେ ପରୀକ୍ଷା ମଧ୍ୟ ସ୍ଥଗିତ କରାଯାଇଛି । ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ଆଜି ହେବାକୁ ଥିବା ବୋର୍ଡ ଅଫ୍ ଇଣ୍ଟର ମିଡିଏଟ୍ ଏଜୁକେସନର ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ । ଉକ୍ତ ପରୀକ୍ଷା ୨୫ ତାରିଖକୁ ଘୁଞ୍ଚିଛି ।

Related posts

ବିଷାକ୍ତ ମଦ ପିଇ ୫ ଗୁରୁତର

mahabharatanews

ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ୨୬୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews