ଓଡିଶା

ଆଜିଠୁ ବିଧାନସଭା ଅଧିବେଶନ, ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

(ଭୁବନେଶ୍ୱର) : ଆଜିଠାରୁ ଅର୍ଥାତ ଶୁକ୍ରବାର ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅକ୍ଟୋବର ୪ ତାରିଖ ଯାଏ ଚାଲିବ। ଏଥିରେ ମୋଟ୍‌ ୮ଟି କାର୍ଯ୍ୟଦିବସ ରହିଛି। ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୋଲିସ ଡ଼ିଜି ସୁନୀଲ ବଂଶଲ ନିଜେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ବେଳେ ପୋଲିସ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି, ଭୁବନେଶ୍ୱର ସିପିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସୂଚନାନୁଯାୟୀ, ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ଆସନ୍ତାକାଲି ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ହେବ। ୩ ତାରିଖ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ। ୨୩ ଓ ୨୪ ତାରିଖରେ ଚତୁର୍ଥ ଶନିବାର ଓ ରବିବାର ପାଇଁ ବିଧାନସଭା ବନ୍ଦ ରହିବ। ପୁଣି ୨୯ ତାରିଖରେ ମହମ୍ମଦ ଜୟନ୍ତୀ, ଅକ୍ଟୋବର ୧ ତାରିଖରେ ରବିବାର ଓ ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଇଁ ଗୃହ କାର୍ଯ୍ୟ ଚାଲିବନି। ଅଧିବେଶନର ଶେଷ ଦିନ ଅର୍ଥାତ ୪ ତାରିଖରେ ପ୍ରାଇଭେଟ୍‌ ମେମ୍ବର୍ସ ବିଜ୍‌ନେସ୍ ରହିଛି।ସେହିପରି ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଲି ଓ ଧାରଣ ଉପରେ ନଜର ରଖାଯାଇଛି । ସୁରକ୍ଷା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି ।

Related posts

ପ୍ରଜାକୋର୍ଟରେ ଆଦିବାସୀ ପରିବାରକୁ ମାଓବାଦୀଙ୍କ ନିସ୍ତୁକ ମାଡ

mahabharatanews

ଘନୀଭୂତ ହେଉଛି ବାତ୍ୟା : ଆଜି ଲଘୁଚାପ ସୃଷ୍ଟି

mahabharatanews

ଆଜି ପୀଠେ ଦଶହରା , ମଣ୍ଡପରେ ମହାନବମୀ

mahabharatanews