ଓଡିଶା

ଫେକ୍ ଆରଟି-ପିସିଆର୍ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ

(ପୁରୀ): ମହାମାରୀ କରୋନାର ଦ୍ୱିତୀୟ ଲହରର ଗାଇଡଲାଇନର ଅବଧି ଶେଷ ହୋଇନାହିଁ । ମାତ୍ର ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଥିବାରୁ କରୋନା ଗାଇଡଲାଇନ୍ କୋହଳ କରିଛନ୍ତି ସରକାର । ସେ ମଧ୍ୟରେ ପୁରୀ ଶ୍ରୀ ମନ୍ଦିର ଖୋଲିବାରେ ଲାଗିଥିବା କଟକଣାକୁ ମଧ୍ୟ କୋହଳ କରାଯାଇଛି । ଭକ୍ତ ଆର୍ଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ମାତ୍ର କିଛି ଲୋକ ଅଛନ୍ତି ଯେଉଁ ମାନେ ଆର୍ଟି-ପିସିଆର ରିପୋର୍ଟ ନନେଇ ଫେକ୍ ରିପୋର୍ଟ ଦେଖାଇବା ବେସି ପସନ୍ଦ କରୁଥିଲେ । ମାତ୍ର ଏବେ ଧରା ପଡ଼ିଛନ୍ତି ପୋଲିସ ହାତରେ । ସୂଚନା ଅନୁଯାୟୀ ଫେକ୍ ଆର୍ଟି-ପିସିଆର ନେଗେଟିଭ ରିପୋର୍ଟ ଦେଖାଇ ମନ୍ଦିର ଭିତରେ ପ୍ରବେଶ ନେଇ ପୁରୀ ସିଂହ ଦ୍ୱାର ଥାନାରେ ଦୁଇଟି ଓ କୁମ୍ଭାରପଡ଼ା ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଯେଉଁଥିରେ ପୋଲିସ ୧୨ଜଣଙ୍କୁ ଗିରଫ କରିଛି । ଶ୍ରଦ୍ଧାଳୁ ମାନଙ୍କୁ ପୁରୀ ଅଞ୍ଚଳର ୭ଜଣ ବ୍ୟକ୍ତି ଫେକ୍ ଆର୍ଟି-ପିସିଆର ରିପୋର୍ଟ ଦେଇଥିଲେ । ଅଭିଯୁକ୍ତ ମାନଙ୍କ ମଧ୍ୟରେ ମାଷ୍ଟର ମାଇଣ୍ଡ ଓ ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ଗିରଫ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ପୋଲିସ କହିଛି ।

Related posts

ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ ଉଦଘାଟିତ

mahabharatanews

ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews

ଏସଓପି ପାଳିନ ପୂର୍ବକ ଖୋଲିଲା ନବମ ଶ୍ରେଣୀ

mahabharatanews