ଭାରତ

ବିହାରର ଏକ ମନ୍ଦିରରେ ଦଳାଚକଟା, ୭ ମୃତ, ୯ ଗୁରୁତର

ପାଟନା: ବିହାରର ଜେହାନାବାଦରେ ଶ୍ରାବଣ ମାସ ଶେଷ ସୋମବାରରେ ଏକ ବଡ଼ ଅଘଟଣ ଘଟିଛି। ଭକ୍ତଙ୍କ ମଧ୍ୟରେ ଦଳାଚକଟାରେ ଅନେକଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ୩ ମହିଳା ଅଛନ୍ତି।  ୯ ଜଣ ଗୁରୁତର ଆହାତ ହୋଇଥିବା ସୂଚନା ରହିଛି । ୱାନୱାର୍‌ ସିଦ୍ଧେଶ୍ୱର ଧାମଙ୍କ ଭକ୍ତଙ୍କ ଭିଡ଼ରେ ଏହି ଘଟଣା ଘଟିଛି। ସୋମବାର ସକାଳେ ସୂର୍ଯ୍ୟୋଦୟ ସମୟରେ ଏହି ଦୁର୍ଘଟଣା ଘଟିଛି। ମନ୍ଦିର ପରିସରରେ ନିୟୋଜିତ ପୋଲିସ ଓ ସ୍ବେଚ୍ଛାସେବୀମାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି।

ଶ୍ରାବଣର ଚତୁର୍ଥ ସୋମବାର ଅବସରରେ ବାବା ସିଦ୍ଧେଶ୍ୱର ନାଥ ମନ୍ଦିରରେ ବହୁ ଭକ୍ତଙ୍କ ଭିଡ ଜମିଥିଲା। ଭିଡ଼ ଏତେ ଅଧିକ ଥିଲା ଯେ ଠେଲାପେଲା ଆରମ୍ଭ ହୋଇଥିଲା। ଧାଡିରେ ଠିଆ ହୋଇଥିବା ଭକ୍ତଙ୍କ କାଉଡି ଓ ଶୋଭାଯାତ୍ରା ହେତୁ ମନ୍ଦିରର ରେଲିଂ ଭାଙ୍ଗିଗଲା । ଫଳରେ ଲୋକମାନେ ପରସ୍ପର ଉପରେ ପଡ଼ିବାରେ ଲାଗିଲେ। ସୂଚନା ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଜେହାନାବାଦ ଜିଲ୍ଲାପାଳ ଅଲଙ୍କୃତା ପାଣ୍ଡେ କହିଛନ୍ତି ଯେ ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ଆମେ ପରିସ୍ଥିତି ଉପରେ ନଜର ରଖିଛୁ ଏବଂ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଅଛି । ମନ୍ଦିରରେ ଏପରି ଘଟଣା କିପରି ଘଟିଲା, ସେନେଇ ବର୍ତ୍ତମାନ ପୋଲିସ ତଦନ୍ତ କରୁଛି।

ଜେହାନାବାଦ ଏସ୍‌ଏଚ୍‌ଓ ଦିୱାକର କୁମାର ବିଶ୍ୱକର୍ମା କହିଛନ୍ତି, ଦୁର୍ଘଟଣା ପରେ ଡିଏମ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେ ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆମେ ମୃତ ଓ ଆହତ ଲୋକଙ୍କ ପରିବାରକୁ ଭେଟି ପଚରାଉଚରା କରୁଛୁ। ଯେଉଁମାନଙ୍କ ମୃତ୍ୟୁ ଘଟିଛି ସେମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛନ୍ତି। ଏହା ପରେ ଆମେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯିବ।

Related posts

୪ ମେଡିକାଲ କଲେଜର ଶିଳାନ୍ୟାସ କଲେ ମୋଦି

mahabharatanews

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ଦମଦାର ବିଜୟ

mahabharatanews

ଅମରନାଥ ଯାତ୍ରା : ଆଖି ବୁଜିଲେ ୨ ତୀର୍ଥଯାତ୍ରୀ

mahabharatanews