ଓଡିଶା

କୋରୋନାରେ ଶିଶୁ ମୃତ

ବଲାଙ୍ଗୀର: ରାଜ୍ୟରେ କୋରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଏବେ ରାଜ୍ୟ ପାଇଁ ଚିନ୍ତାର ବିଷୟ ପାଲଟିଛି । ପ୍ରତିଦିନ ୬୦ରୁ ୭୦ ଜଣ କୋରୋନା ରୋଗୀଙ୍କର ମୃତ୍ୟୁ ରେକର୍ଡ କରାଯାଉଛି । ତେବେ ଏହି ମଧ୍ୟରେ ଆଜି ଏକ ଦୁଃଖଦ ଘଟଣା ସାମନାକୁ ଆସିଛି । ଘଟଣାଟି ହେଉଛି ବଲାଙ୍ଗୀର ଜିଲ୍ଲାର । ଏଠାରେ ମହାମାରୀ କୋରୋନା କବଳରେ ପ୍ରାଣ ହରାଇଛି ଜଣେ ଶିଶୁ କନ୍ୟା । କେରୋନାରେ ଆକ୍ରାନ୍ତ ହେବା ପରେ ଏହି ଶିଶୁ କନ୍ୟାଟି ମୃତ୍ୟୁବରଣ କରିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ସେପଟେ ଆଜି ବାଲେଶ୍ୱରରେ ୪ ନବଜାତ ଶିଶୁଙ୍କ ସମେତ ୧୦ ଜଣ ଶିଶୁ କୋରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏ ନେଇ ସିଡିଏମଓ ଦୁଲାଲ ସେନ ଜଗଦେବ ସୂଚନା ଦେଇଛନ୍ତି ।

Related posts

ମାନବାଧିକାର କମିଶନ ଅଫିସର କର୍ମଚାରୀ ସଂକ୍ରମିତ ଚିହ୍ନଟ

mahabharatanews

ଜୁନ୍ ୮ ସୁଦ୍ଧା ଯୁକ୍ତ ୨ କଳା ପରୀକ୍ଷା ଫଳାଫଳ

mahabharatanews

ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ: ମାଲକାନଗିରିରେ ହାଇଆଲର୍ଟ

mahabharatanews