Uncategorized

ବାଦୁଡ଼ି ପ୍ରେମରେ ବୃଦ୍ଧା

(ପ୍ରିୟଦର୍ଶନୀ ସ୍ୱାଇଁ): ସାଧାରଣତଃ ଘରେ ଅଧିକାଂଶ ଲୋକ ଗୃହପାଳିତ ପଶୁ କିମ୍ବା ପକ୍ଷୀଙ୍କୁ ପାଳିଥାନ୍ତି । କିନ୍ତୁ ବାଦୁଡ଼ି ଘରେ ପାଳିବା ଏକ ଆଶ୍ଚର୍ଯ୍ୟ ଘଟଣା । ଗୁଜୁରାଟର ରାଜପୁର ଗାଁର ଜଣେ ବୃଦ୍ଧା ନିଜ ଘରେ ୧୦୦୦ରୁ ଊଦ୍ଧ୍ୱର୍ ବାଦୁଡ଼ି ପାଳିଛନ୍ତି । ବାଦୁଡ଼ି ଗୁଡ଼ିକୁ ନିଜ ଜୀବନର ଏକ ଅଙ୍ଗ ରୁପେ ଭାବି ନେଇଛନ୍ତି । ସେ ନିଜ ପୁଅ ଝିଅଙ୍କ ପରି ସେମାନଙ୍କ ଯତ୍ନ ନିଅନ୍ତି । ଆର୍ଥିକ ଅବସ୍ଥା ଶୋଚନୀୟ ସର୍ତ୍ତେ ଏପରି ମହାନୀୟତା ଗୁଣ ହେତୁ ପ୍ରସଂଶାର ପାତ୍ର ହୋଇପାରିଛନ୍ତି । ବୃଦ୍ଧାଙ୍କ ୩ଟି ରୁମ ମଧ୍ୟରୁ ଗୋଟିଏରେ ସେ ନିଜେ ରୁହନ୍ତି । ଆଉ ୨ଟି ରୁମରେ ବାଦୁଡ଼ିମାନେ ବସବାସ କରନ୍ତି । ପ୍ରତିଦିନ ସକାଳ ସମୟରେ ବାଦୁଡ଼ି ରହୁଥିବା ରୁମଟିକୁ ସଫାପୁତୁରା କରନ୍ତି । ମଶା,ଡ଼ାଆଁସରୁ ରକ୍ଷା କରିବା ପାଇଁ ଘରେ ନିମ ପତ୍ର ଧ୍ରୁଆଁ ଦିଅନ୍ତି । ସବୁଠାରୁ ବଡ଼କଥା ହେଉଛି ବାଦୁଡ଼ିଙ୍କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଅନେକ ଲୋକେ ଆସୁଥିଲେ ମଧ୍ୟ ସେମାନେ କାହାର କ୍ଷତି କରନ୍ତି ନାହିଁ । କାନ୍ଥରେ ଏପରି ଧାଡ଼ି ଧାଡ଼ି ବାଦୁଡ଼ି ଦେଖି ପିଲାମାନେ ଡ଼ରିଯାଇଥାନ୍ତି ।

Related posts

“ଜନତା କର୍ଫୁ’କୁ ସମର୍ଥନ ଜଣାଇଲା ବଲିଉଡ୍

mahabharatanews

ପ୍ୟାରିସ୍ ଅଲିମ୍ପିକ୍ସରେ ବଡ଼ ଅଘଟଣ, ଅଚେତ ହୋଇଗଲେ ସନ୍ତରଣକାରୀ

mahabharatanews

ଜେଲରେ ଜଳିଗଲେ କଏଦୀ

mahabharatanews

Leave a Comment