ଓଡିଶା

ମହିଳାଙ୍କ ମୃତଦେହ ଉଦ୍ଧାର

(ରଜନୀକାନ୍ତ ପାତ୍ର / ହିଞ୍ଜିଳିକାଟୁ): ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କୋଳିଦାସ ପୁର ଗ୍ରାମର ଲିଲି ଦାସ ନାମକ ଜଣେ ମହିଳାଙ୍କ ମୃତଦେହକୁ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି। ସ୍ବାମୀ ଅମର ଦାସ ପତ୍ନୀ ଆତ୍ମହତ୍ୟା କରିଥିବା କହୁଥିବା ବେଳେ। ଅନ୍ୟ ପଟେ ଲିଲିର ମା ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ଥାନାରେ ଅଭିଯୋଗ କରିଛନ୍ତି। ଅମର ତିନିବର୍ଷ ତଳେ ହିଞ୍ଜିଳି ଥାନ ଅନ୍ତର୍ଗତ ଚାନ୍ଦୁଲି ଗାଁର ଲିଲିକୁ ବାହା ହୋଇଥିଲେ। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସ୍ବାମୀକୁ ଅଟକ ରଖି ପଚରାଉଚରା ଚଳାଇଛି ।

Related posts

ଦୁଷ୍ୟନ୍ତଙ୍କ ଏକ ମାସର ଦରମା କରୋନା ଫଣ୍ଡକୁ ଦାନ

mahabharatanews

ବାହାର ରାଜ୍ୟ ଶ୍ରମିକଙ୍କୁ ସଚେତନ କରାଉଛି ଡିଏମଏଚପି

mahabharatanews

ଆଜି ୧୨ ଘଣ୍ଟିଆ  କୁଚିଣ୍ଡା ବନ୍ଦ

mahabharatanews