ଓଡିଶା

ରାଜଧାନୀରେ ହାତୀ ଉପଦ୍ରଵ,ଭାଙ୍ଗିଲା ପାଚେରୀ

(ଚନ୍ଦ୍ରଶେଖରପୁର) :ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏଥିରୁ ବାଦ ପଡିନି ରାଜଧାନୀ ଭୁବନେଶ୍ୱରରେ । ଏକ ହାତୀ ପଥରଗାଡ଼ିଆ, ଅଳସୁଆ, ଦାରୁଠେଙ୍ଗ, ଚନ୍ଦକା, କଣ୍ଟାବାଡ଼, ଦଳୁଆ, ଅନ୍ଧାରୁଆ ପ୍ରଭୃତି ଅଞ୍ଚଳରେ ଘୁରି ବୁଲୁଛି। କେଉଁଠି ଫାର୍ମ ହାଉସ୍‌ ତ କେଉଁଠି ଲୋକଙ୍କ ପାଚେରି ଭାଙ୍ଗୁଛି।

ସୂଚନାନୁଯାୟୀ ,  ଭରତପୁର ଜଙ୍ଗଲରେ ଏବେ ହାତୀଙ୍କ ଚଳପ୍ରଚଳ ଜାରି ରହିଛି। ପ୍ରତି ମାସେ କିମ୍ବା ଦୁଇ ମାସ ଅନ୍ତରରେ ଚନ୍ଦକା ଅଭୟାରଣ୍ୟରୁ ହାତୀ ପଲ ବାହାରି ଭରତପୁର ମୁହାଁ ହେଉଥିଲେ। ମାତ୍ର ଗତ କିଛି ମାସ ହେଲା ଏକ ୧୬ ଟିକିଆ ହାତୀ ପଲ ଭରତପୁର ଜଙ୍ଗଲରେ ଡେରା ପକାଇ ରହିଛନ୍ତି। ବର୍ଷାଧିକ ହେଲା ହାତୀଗୁଡ଼ିକ ରହୁଥିବାରୁ ବିଭିନ୍ନ ସମୟରେ ବାହାରକୁ ଆସି ସ୍ଥାନୀୟ ଲୋକଙ୍କୁ ହଇରାଣ  କରୁଛନ୍ତି।

 

Related posts

କୋଭିଡ ୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ସହାୟତା

mahabharatanews

ଆଜି ଦଶମୀ ତିଥି, ମହାପ୍ରଭୁଙ୍କ ବନଭୋଜି ବେଶ

mahabharatanews

କେନ୍ଦ୍ରାପଡା ଜିଲ୍ଲାରେ ପାଳିତ ହୋଇଯାଇଛି ବିଶ୍ୱ ଶ୍ରମିକ ଦିବସ

mahabharatanews