ଓଡିଶା

ଚାକିରୀ ପାଇଁ ଆବେଦନ କରିବାକୁ ଯାଇ ମାନିଲେନି କୋଭିଡ ନିୟମ

(ସେଖ୍ ଫୈଜନ କାଦ୍ରୀ/ଭଦ୍ରକ): ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକ ପରି ଭଦ୍ରକରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ପାଇଁ କଟକଣା ଲାଗୁ ହୋଇଛି । ତେବେ ଚାକିରୀ ପାଇଁ ଆବେଦନ କରିବାକୁ ଯାଇ ଏଠାରେ ଆବେଦନକାରୀମାନେ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳିଛି । କୋଭିଡ ୧୯ ପାଇଁ ଏଏନଏମ ପୋଷ୍ଟ ବାହାରିଥିବାରୁ,ପିଲାମାନେ ଆବେଦନ କରିବାକୁ ଆସି ସାମାଜିକ ଦୂରତା ନିୟମକୁ ଭୁଲି ଯାଇଛନ୍ତି । ଭଦ୍ରକ ଜ଼ିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଭଦ୍ରକ ପୌରପାଳିକା ଓ ଧାମନଗର ଏନଏସିକୁ ଲକଡାଉନ ଘୋଷଣା କରାଯାଇଛି । କିନ୍ତୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏଏନଏମ ଚାକିରୀ ପାଇଁ ଆବେଦନ କରିବାକୁ ଶହ ଶହ ସଂଖ୍ୟାରେ ପିଲା ଓ ସେମାନଙ୍କ ଅଭିଭାବକ ରୁଣ୍ଡ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ସାମାଜିକ ଦୂରତା ମାନୁନାହାନ୍ତି । ଏତେ ସଂଖ୍ୟକ ପିଲା ଆସିବେ ବୋଲି ଧାରଣା ନଥିଲା,ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି ସିଡିଏମଓ କହିଛନ୍ତି ।

Related posts

ଫିଲ୍ମ ‘ଆଦି ପୁରୁଷ’କୁ ​ଲିଗାଲ୍ ନୋଟିସ୍‌

mahabharatanews

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେଡି

mahabharatanews

କୋଭିଡ ବିପଦ ଦୂର ହୋଇନାହିଁ: ମୁଖ୍ୟମନ୍ତ୍ରୀ

mahabharatanews