ଓଡିଶା

ରେଳ ଦୁର୍ଘଟଣା : ଆଉ ୧୦ ଜଣଙ୍କୁ ସମନ ଜାରି  

(ବାଲେଶ୍ଵର) : ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଦେଢ଼ ମାସ ପୁରିଥିଲେ ମଧ୍ୟ ସେ ଦିନର କରାଳ କାୟ ଦୃଶ୍ୟ ମନରୁ ଲିଭିନି ।  ଟ୍ରେନ ଦୁର୍ଘଟଣା ମାମଲାରେ ଆଜି ସରୁଛି ଗିରଫ ତିନି ଅଭିଯୁକ୍ତଙ୍କ ଦ୍ୱିତୀୟ ପର୍ଯ୍ୟାୟ ସିବିଆଇ ରିମାଣ୍ଡ ଅବଧି । ଦ୍ବିତୀୟ ଥର ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିଲା ସିବିଆଇ । ଦୁଇଟି ପର୍ଯ୍ୟାୟରେ ମୋଟ ୯ ଦିନ ଜେରା ତିନି ଅଭିଯୁକ୍ତଙ୍କୁ ଜେରା କରିଛି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି । ତେବେ ରିମାଣ୍ଡ ଶେଷ ହେବା ପରେ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବେ ଅଭିଯୁକ୍ତ । ସେପଟେ ୧୦ ଜଣ ରେଳବାଇ କର୍ମଚାରୀଙ୍କୁ ସମନ କରାଯାଇଛି । ଖୁବଶୀଘ୍ର ହାଜର ହୋଇ ସେମାନେ ନିଜର ପକ୍ଷ ରଖିବେ ।

ସୂଚନାନୁଯାୟୀ ,   ସିନିୟର ସେକ୍ସନ ଇଞ୍ଜିନିୟରିଂ ଅରୁଣ ମହାନ୍ତି, ସେକ୍ସନ ଇଞ୍ଜିନିୟରିଂ ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାର । ତେବେ ଜେରା ବେଳେ ସିବିଆଇ ଅଭିଯୁକ୍ତଙ୍କ ଅବହେଳାର ତଥ୍ୟ ପାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ , ଏହି ଭୟଙ୍କର ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ୨୮୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ବାକି ୫ ଜଣଙ୍କ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ।

Related posts

ଦିନକୁ ଦୁଇ ଥର ସଫେଇ ଗାଡି ଯିବ-ବିଏମସି

mahabharatanews

ସ୍ୱତନ୍ତ୍ର ବସରେ ୨୪ଜଣ ବିହାର ଓ ପଶ୍ଚିମବଙ୍ଗ ଗଲେ

mahabharatanews

ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ସଚେତନତା ରଥ

mahabharatanews