(ଭୁବନେଶ୍ୱର): ଆଜିଠୁ ଆରମ୍ଭ ହୋଇଛି ଭୁବନେଶ୍ୱର-ସୁରଟ ସିଧାସଳଖ ବିମାନ ସେବା । ଆଜି ସକାଳ ୮.୪୦ ରେ ଏୟାର ଇଣ୍ଡିଆର ବିମାନ ଏ-୩୨୦ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାଳଖ ଭାବେ ସୁରଟ ଅଭିମୁଖେ ଗସ୍ତ କରିଛି । ଏହି ବିମାନଟି ସକାଳ ୧୦.୪୦ରେ ସୁରଟରେ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ବରୁଣ ଭେଙ୍କଟେଶ୍ୱର ରାଓ ।
ଏହି ବିମାନଟି ପ୍ରତ୍ୟେକ ସୋମବାର ଓ ଗୁରୁବାର ସକାଳ ୮.୪୦ରେ ଭୁବନେଶ୍ୱରରୁ ସୁରଟ ଅଭିମୁଖେ ଗ୍ରସ୍ତ କରିବ । ସେହିପରି ଭାବେ ପ୍ରତ୍ୟେକ ଶୁକ୍ରବାର ଓ ରବିବାର ଏହି ବିମାନଟି ସକାଳ ୮.୪୦ରେ ସୁରଟରୁ ଭୁବନେଶ୍ୱର ଅଭିମୁଖେ ଗ୍ରସ୍ତ କରିବ । ସୁରଟରେ ପ୍ରାୟ ଦଶ ଲକ୍ଷରୁ ଉର୍ଦ୍ଧ ଓଡିଆ ବସବାସ କରୁଥିବା ବେଳେ ସୁରଟରୁ ଓଡିଶା ଯିବା ଆସିବା ପାଇଁ ଟ୍ରେନ ହିଁ ଏକ ମାତ୍ର ଗମନାଗମନର ସୁବିଧା ଥିବା ବେଳେ ଯେଉଁଥିରେ ପହଞ୍ଚିବା ପାଇଁ ୩୦ ଘଣ୍ଟା ସମୟ ଲାଗୁଥିଲା । ଅନ୍ୟପଟେ ବିମାନ ସେବା ଆରମ୍ଭ ହେବା ପରେ ଭୁବନେଶ୍ୱର ଓ ସୁରଟର ଦୂରତା ଦୁଇ ଘଣ୍ଟା ହୋଇଯାଇଛି ।
previous post
