ଭାରତ

ଛତିଶଗଡ଼ରେ ବଡ଼ ଏନକାଉଣ୍ଟର; ୮ ନକ୍ସଲ ମୃତ

(ଛତିଶଗଡ଼) : ଛତିଶଗଡ଼ରେ ଏକ ବଡ଼ ଏନକାଉଣ୍ଟର, ଯେଉଁଥିରେ ୮ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଗଙ୍ଗଲୁର ଥାନା ପଡ଼ିଆ ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ବିଜାପୁର ପୋଲିସ ଏବଂ ସିଆରପିଏଫ୍ କୋବ୍ରା ଯବାନଙ୍କୁ ବଡ଼ ସଫଳତା ମିଳିଥିବା ବେଳେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ମୃତାହତ ସଂଖ୍ୟା ଆଗକୁ ବଢିବା ନେଇ ସୂଚନା ରହିଛି ।

ସୂଚନାନୁସାରେ, ବିଜାପୁର ଜିଲ୍ଲା ଗାଙ୍ଗାଲୁରରେ ୩୦ ରୁ ୪୦ ଜଣ ନକ୍ସଲ ଲୁଚି ରହିଥିବା ଖବର ପାଇବା ପରେ ଚର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସେମାନ ଉକ୍ତ ସ୍ଥାନରେ କିଛି ଦିନ ହେଲା କ୍ୟାମ୍ପ କରି ରହୁଥିଲେ । ଦାନ୍ତେୱାଡା ଓ ବିଜାପୁର ଭଳି ତିନି ଜିଲ୍ଲାର ପୁଲିସ ସହିତ CRPFର କୋବ୍ରା ଯବାନମାନେ ମିଳିତ ଭାବେ ଏହି ବଡ଼ ଧରଣର ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ ଦାୟିତ୍ୱ ନେଇଥିଲେ ପୋଲିସ ଆଇଜି ସୁନ୍ଦରରାଜ ପି. ।

Related posts

୧୦ଟି ରାଜ୍ୟରେ ନୂଆ ଭାରିଆଣ୍ଟ ବିଏ.୨.୭୫ ଠାବ

mahabharatanews

ଉତ୍ତରାଖଣ୍ଡରେ ଭୂସ୍ଖଳନ; ଆଲର୍ଟ ଜାରି

mahabharatanews

ବିଶ୍ୱକପରେ ସ୍ଥାନ ପାଇବେ କୋଭିଡ ପଜିଟିଭି ଖେଳାଳି

mahabharatanews