ଅପରାଧଓଡିଶା

କେନ୍ଦ୍ର ସମବାୟ ବ୍ୟାଙ୍କରେ କୋଟି କୋଟି ଟଙ୍କାର ଜାଲିଆତି !

ଖୋର୍ଦ୍ଧା: ଖୋର୍ଦ୍ଧା ସମବାୟ ବ୍ୟଙ୍କରେ ବହୁ କୋଟି ଟଙ୍କାର ଜାଲିଆତି ହୋଇଥିବା ଜଣାଯାଇଛି । ୨୦୧୮ରୁ ୧୯ ଆୟ – ବେୟ ଅଟଳଳ ହିସାବରେ ୧୦୪୩ ଟଙ୍କାର କାରବାର କରୁଥିଲା ଏହି ବ୍ୟାଙ୍କ । ଏଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଥିଲେ । ଏଠାରେ ରାଉତପଡ଼ାରେ ଥିବା ବ୍ୟାଙ୍କର ପରିବର୍ଦ୍ଧିତ ଶାଖାର ଶତାଧିକ ଜମାକାରୀଙ୍କ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜାଲ୍ ସ୍ଥାୟୀ ଜମା ଓ ସଂଚୟ ଜମା ପ୍ରମାଣ ପତ୍ର ଦେଇ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।

୨୦୨୦ରେ ଅବସର ଗ୍ରହଣ କରିଥିବା ସମ୍ପୃକ୍ତ ଶାଖାର ପୂର୍ବତନ ହିସାବରକ୍ଷକ ବୁଦ୍ଧିରାମ ଦାସ ପ୍ରାୟ ୧୦-୧୫ ବର୍ଷ ଧରି କାମ କରିଛନ୍ତି । ଯେଉଁ କାରଣରୁ ସେଠାକାର ଲୋକ ତାଙ୍କୁ ବହୁତ ବିସ୍ୱାଶ କରନ୍ତି । ଅବସର ଗ୍ରହଣ କରବା ପରେ ସେ ସମ୍ପୃକ୍ତ ବ୍ୟାଙ୍କକୁ ପ୍ରୟ ୧ ବର୍ଷ ଯାଏ ଯାଇଛନ୍ତି । ଅଂଚଳର ଅଧିକାଂଶ ଲୋକ କୁଟୀର ଶିଳ୍ପୀ ଓ ଶ୍ରମଜୀବୀ ହୋଇଥିବା ଓ ବ୍ୟାଙ୍କ କାରବାର ନେଇ ଅଶିକ୍ଷିତ ଓ ଅନଭିଜ୍ଞ ହୋଇଥିବାରୁ ଲୋକମାନଙ୍କ ବ୍ୟାଙ୍କ ସମ୍ପର୍କିତ ବିଭିନ୍ନ କାର୍ୟ୍ୟରେ ସହାୟତା ଦେଉଥିଲେ । ଆଉ ଏହାରି ଭିତରେ ଶହ ସହ ହିତାଧିକାରୀ ତାଙ୍କ ଉପରେ ବିଶ୍ୱାସ କରି ସ୍ଥାୟୀ ଜମା ଓ ସଂଚୟ ଜମା ପ୍ରମାଣପତ୍ର ଆଦି ନବୀକରଣ କରିବା ଆଳରେ ବ୍ୟାଙ୍କର ଜାଲ ପ୍ରମାଣପତ୍ର ଓ ସ୍ୱାକ୍ଷର କରୁଥିଲେ । ଏପରି କରି କୋଟି କୋଟି ଟଙ୍କା ଲୁଟି ନେଉଥିଲେ । କିନ୍ତୁ ୧୫ ଦିନ ପରେ ପ୍ରାୟ ହିତାଧିକାରୀ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଇ ହତାଶ ହୋଇଥିଲେ । କାରଣ ତାଙ୍କ ପୁଞ୍ଜି ଟଙ୍କାର କୌଣସି ଖବର ବା ବୀବରଣୀ ନ ଥିଲା । ଏହା ଯାଣିବା ପରେ ହିତାଧିକାରୀମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପରେ କର୍ତ୍ତୃପକ୍ଷଙ୍କ ନାଁ ରେ ହତାଶ ହୋଇଥିବା ହିତାଧିକାରୀ ଏତଲା ଦେଇଥିଲେ । ପ୍ରତ୍ୟେକ ହିତାଧିକାରୀ ହାରାହାରି ୫୦ରୁ ୬୦ ହଜାର ଟଙ୍କା କ୍ଷତି ସହିଥିବାକୁ ଯଦି ଆକଳନ କରାଯାଏ ତେବେ ଏହାର ପରିମାଣ ୨ରୁ ୩ କୋଟି ଟଙ୍କା ହେବ । ଅଭିଯୋଗ ପରେ ବ୍ୟାଙ୍କ କର୍ତୃପକ୍ଷ ଆଖିଦୃଶିଆ ଭାବେ ତଦନ୍ତର ନିର୍ଦ୍ଦେଶ ଦେଇ ମାମଲା ସମାଧାନ କରିବାକୁ ଚେଷ୍ଟା କରିଥିଲେ ।

Related posts

ଗୁଣି ଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା

mahabharatanews

ରାଜ୍ୟରେ ୨୪ ଘଣ୍ଟାରେ କରୋନାଜନିତ ମୃତ୍ୟୁ ୧୮

mahabharatanews

ରୋଷେଇ ଗ୍ୟାସ ଟାଙ୍କି ଫାଟି ମହିଳା ଗୁରୁତର, ଜଳିଗଲା ୬ ବଖରା ଘର

mahabharatanews

Leave a Comment