ରାଜନୀତି

ସୁବାଷଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରି ରାଜଭବନ ଅଭିମୁଖେ ବିଜେଡି

ଭୁବନେଶ୍ୱର/ରାଜେଶ ସାହୁ: ରାଜବଭବନରେ ବିଜେଡି ବିଧାୟକ । ବିଧାନସଭାରୁ ବାହାରି ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସୁବାଷ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ କରିବେ । ସୁବାଷ ପାଣିଗ୍ରାହୀ କ୍ଷମା ମାଗିବା ନେଇ ୪ ଦିନ ହେବ ବିଧାନସଭାରେ ଶାସକ ଦଳ ପକ୍ଷରୁ ଦାବି ହୋଇ ଆସୁଛି। ବିଜେଡି ଅଭିଯୋଗ କରିଛି ଯେ, ସୁବାଷ ପାଣିଗ୍ରାହୀ ଗଣତନ୍ତ୍ର ବିରୋଧୀ ଏବଂ ସମାଜକୁ ଏକ ଭୁଲ ବାର୍ତ୍ତା ଦେଇଛନ୍ତି । ବିଧାନସଭା ଭଳି ପବିତ୍ର ଗୃହରେ ସାନିଟାଇଜର ପିଇବା ପରି ଏକ ହୀନ କାର୍ଯ୍ୟ କରିଛନ୍ତି, ତେଣୁ ସେ କ୍ଷମା ମାଗିବା ଉଚିତ । ସୁବାଷ ଯେ ପର୍ୟ୍ୟନ୍ତ କ୍ଷମା ନମାଗିବେ ସେ ପର୍ୟ୍ୟନ୍ତ ଗୃହ ଚଲାଇଦେବେ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ । ସୁବାଷ ପାଣିଗ୍ରାହୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳଙ୍କୁ ବିଜେଡି ଦାବି କରିବ । ସେପଟେ ଧାନ ମଣ୍ଡି ସମସ୍ୟା ନେଇ ବିରୋଧୀ ବି ନିଜ ଜିଦରେ ଅଟଳ ।

Related posts

ଭାରତ-ଚୀନ ସୀମା ବିବାଦ: ପଞ୍ଚସୂତ୍ରୀ ନିୟମକୁ ସହମତି

mahabharatanews

ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଲେ ବିହାର ବାଚସ୍ପତି

mahabharatanews

ପଶ୍ଚିମ ବଙ୍ଗରେ ଖାଲିଥିବା ରାଜ୍ୟସଭା ଆସନ ପାଇଁ ଅଗଷ୍ଟ ୯ରେ ଉପନିର୍ବାଚନ

mahabharatanews